(୦୧/୬) କଣ୍ଟାବାଞ୍ଜି ସହରରେ ଏନ୍ଏସି ଛକଠାରେ ଥିବା ରେଲୱେ ଫାଟକ ନମ୍ବର ୧୭୦ କୁୁ ବନ୍ଦ କରାଯାଇଥିଲା । ଏହି ଫାଟକ ଦେଇ ପ୍ରାୟ ଦୀର୍ଘ ୫୦ ବର୍ଷ ହେଲା ଲୋକେ ଯିବାଆସିବା କରୁଥିଲେ । ସୂଚନା ଅନୁସାରେ କଣ୍ଟାବାଞ୍ଜି ସହରର ୧,୨,୩,୧୪,୧୫ ଓ ୧୦ ୱାର୍ଡ଼ର ଲୋକେ ଏହି ରେଳବାଇ ଫାଟକ ବନ୍ଦ ଯୋଗୁଁ ହେଉଥିବା ଅସୁବିଧା ଓ ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁୁ ଲିଖିତ ଅଭିଯୋଗ କରିଥିଲେ ଓ ଏ ସମ୍ପର୍କରେ ରାଜ୍ୟପାଳ ମଧ୍ୟ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି । କିନ୍ତୁ ରେଳ ବିଭାଗ ଲୋକଙ୍କର ସମସ୍ୟା ସମାଧାନ ନ କରି ମନମୁଖି କାମ ଦେଖି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କଣ୍ଟାବାଞ୍ଜି ସହରର ସମସ୍ତ ୱାର୍ଡ଼ର ଲୋକେ କାର୍ଯ୍ୟସ୍ଥଳୀକୁ ଯାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଯଦି ଏହି ମନମୁଖି କାର୍ଯ୍ୟ ବନ୍ଦ କରା ନ ଯାଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।(ରିପୋର୍ଟ: ଏସ୍କେ ସମିମ୍)
ରେଳବାଇ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ, ଅନ୍ଦୋଳନ କରିବାକୁ ଚେତାବନୀ ।
