ଆମେରିକାର ନବ ନିର୍ବାଚିତ ଉପ-ରାଷ୍ଟ୍ରପତି କମଳା ହରିଶଙ୍କ ସମ୍ପର୍କରେ ୧୯୩୩ ରୁ ଭବିଷ୍ୟତବାଣୀ ହୋଇଥିଲା !

(୦୮/୧୧) ଆମେରିକାର ଇତିହାସରେ ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ଭାବେ ନିର୍ବାଚନ ଜିଣି ଆଗାମୀ ଜାନୁୟାରୀ ୨୦ ତାରିଖ ଦିନ ଶପଥ ନେବାକୁ ଥିବା କମଳା ହରିଶଙ୍କ ବାପାଙ୍କ ନାମ ଡୋନାଲ୍ଡ ଜସପର୍ ହରିଶ୍ ଓ ମାଆଙ୍କ ନାମ ଶ୍ୟାମଳା ଗୋପାଳନ୍ । ୮୨ ବର୍ଷ ବୟସ୍କ ତାଙ୍କ ବାପା ଆମେରିକାର ଜାମାଇକାର ବାସିନ୍ଦା ହୋଇଥିବାବେଳେ ତାଙ୍କର ପୂର୍ବଜ ଆଫ୍ରିକାରୁ ଆମେରିକାକୁ ଆସିଥିବା କୁହାଯାଏ । ତେବେ ତାଙ୍କ ବାପା ଜାମାଇକା-ଆମେରିକୀୟ ଅର୍ଥଶାସ୍ତ୍ରୀ ଭାବେ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ସେ ବାୟୋମେଡିକାଲ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଭାରତର ତାମିଲନାଡ଼ୁର ଶ୍ୟାମଳା ଗୋପାଳନଙ୍କୁ ୧୯୬୩ ରେ ବିବାହ କରିଥିବାବେଳେ ୧୯୭୧ ରେ ଦୁହିଙ୍କ ବିବାହ ବିଚ୍ଛେଦ ହୋଇଥିଲା ଓ ତା ପରଠୁ କମଳା ଓ ତାଙ୍କ ଭଉଣୀ ମାୟା ନିଜ ମାଆଙ୍କ ସହ ରହୁଥିଲେ । ତେବେ ପ୍ରାୟ ପ୍ରତି ଦୁଇବର୍ଷରେ ଥରେ ସେମାନେ ନିଜ ମାଆଙ୍କ ସହ ଭାରତକୁ ଆସୁଥିଲେ । ତାଙ୍କ ମାଆ ଶ୍ୟାମଳାଙ୍କ ବିବାହ ବିଚ୍ଛେଦ ହୋଇଥିଲେ ବି ସେ ଆଉ ଦ୍ୱିତୀୟ ବିବାହ କରି ନଥିଲେ ଓ ୭୦ ବର୍ଷ ବୟସରରେ ଗତ ୨୦୦୯ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ କମଳା ହରିଶ୍‌ଙ୍କ ପରିବାରରେ କେବଳ ଦୁଇ ଭଉଣୀ । ୫୩ ବର୍ଷ ବୟସ୍କ ସାନ ଭଉଣୀ ଭଉଣୀ ମାୟା ଲକ୍ଷ୍ମୀ ହରିଶ୍ ୧୯୯୮ ରେ ଟୋନି ୱେଷ୍ଟଙ୍କୁ ବିବାହ କରିଥିବାବେଳେ ସେ ଜଣେ ଆଇନଜୀବୀ ଅଟନ୍ତି ଓ ସେ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଆମେରିକାରରେ ଟେଲିଭିଜନ ବିତର୍କରେ ଭାଗ ନେଇଥାନ୍ତି । ତେବେ ୫୬ ବର୍ଷ ବୟସ୍କ କମଳା ହରିଶ ନିଜର ବ୍ୟବସାୟୀ ବନ୍ଧୁ ଡୌଗଲାସ ଏମହଫ୍‌ଙ୍କୁ ୨୦୧୪ ରେ ବିବାହ କରିଛନ୍ତି । ପୂର୍ବରୁ ତାଙ୍କ ସ୍ୱାମୀ ଆମେରିକାର ଫିଲ୍ମ ନିର୍ମାତା କେରଷ୍ଟିନ ମ୍ୟାକିନଙ୍କୁ ବିବାହ କରି ତାଙ୍କ ସହ ୨୦୦୮ ରେ ଛାଡ଼ପତ୍ର ହେବା ପରେ କମଳାଙ୍କୁ ସେ ବିବାହ କରିଛନ୍ତି । ତେବେ କମଳା ହରିଶଙ୍କ ନିଜର କୌଣସି ପିଲାପିଲି ନଥିବାବେଳେ ନିଜ ସ୍ୱାମୀଙ୍କ ପ୍ରଥମ ବିବାହରୁ ଦୁଇ ଜଣ ପିଲା ଥିବା ସୂଚନା ମିଳିଛି । କମଳା ହରିଶ ଓ ତାଙ୍କ ସ୍ୱାମୀଙ୍କ ୫.୮ ନିୟୁତ ଆମେରିକୀୟ ଡଲାରର ସମ୍ପତ୍ତି ଥିବା ଜଣାପଡ଼ିଛି । ତେବେ ସେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି ହାବାର୍ଡ଼ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ସଂଗଠନ ତରଫରୁ ଅନେକ ପୁରସ୍କାର ପାଇଛନ୍ତି । ସେ ବାପଟିଷ୍ଟ ମତାବଲମ୍ବୀ ଖ୍ରୀଷ୍ଟିୟାନ ଭାବରେ ସାନ ଫ୍ରାନସିସ୍କୋ ଚର୍ଚ୍ଚର ସଭ୍ୟା ଅଟନ୍ତି । କମଳା ହରିଶଙ୍କ ବଂଶଜଙ୍କ ସମ୍ପର୍କ ଆମେରିକା-ଆଫ୍ରିକା ଓ ଆମେରିକା-ଏସିଆ ଭାବେ ରହିଛି । ମାନବାଧିକାରର ସପକ୍ଷବାଦୀ ଭାବେ ସେ ମୋଦୀ ସରକାରଙ୍କ ଧାରା ୩୭୦ କୁ ଉଚ୍ଛେଦ କରିବା ବିରୋଧରେ ସ୍ୱର ଉତ୍ତୋଳନ କରିଥିବାବେଳେ ଅନେକ ସମୟରେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ମଧ୍ୟ ତାଙ୍କର ମତଭେଦ ରହିଥିଲା । ତେବେ ତାଙ୍କ ସମ୍ପର୍କରେ ଆମେରିକାରେ ୧୯୩୩ ମସିହାରେ ଖ୍ରୀଷ୍ଟିୟାନ ଭବିଷ୍ୟତବକ୍ତା ଏକ ସୂଚନା ଦେଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ରେଭ୍‌ରେଣ୍ଡ ୱିଲିୟମ ମେରିଅନ୍ ବ୍ରାହ୍ନମ ନାମକ ଜଣେ ଖ୍ରୀଷ୍ଟିୟାନ ପ୍ରଚାରକ ଆମେରିକାକୁ ମହିଳାମାନଙ୍କ ରାଷ୍ଟ୍ର ଭାବରେ ଉଲ୍ଲେଖ କରି, ଯୁଗ ଶେଷ ହେବା ପୂର୍ବରୁ ସେଠାରେ ଜଣେ ମହିଳା ରାଷ୍ଟ୍ରପତି ବା ଉପ-ରାଷ୍ଟ୍ରପତି ହେବେ, ଯାହାଙ୍କ ସମ୍ମୁଖରେ ସମଗ୍ର ଆମେରିକାବାସୀ ନତ ମସ୍ତକ ହେବେ ବୋଲି ପ୍ରକାଶ କରିଥିଲେ । ତେବେ ଏହି ଭବିଷ୍ୟତବାଣୀଟି କେତେ ଦୂର ଯୁକ୍ତିଯୁକ୍ତ ଆଗାମୀ ସମୟ ହିଁ କହିବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆମେରିକାର ନବ ନିର୍ବାଚିତ ଉପ-ରାଷ୍ଟ୍ରପତି କମଳା ହରିଶଙ୍କ ସମ୍ପର୍କରେ ୧୯୩୩ ରୁ ଭବିଷ୍ୟତବାଣୀ ହୋଇଥିଲା !