(୦୯/୯) ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ହତ୍ୟା ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ତାଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ଯୋଗାଇଛନ୍ତି । ସେ ଆଜି ମନାଲିରୁ ମୁମ୍ବେ ଆସୁଥିବାବେଳେ ତାଙ୍କ ଘରକୁ ମ୍ୟୁନିସିପାଲ କର୍ପୋରେସନ ଭାଙ୍ଗିବା ଆରମ୍ଭ କରିଦେଇଛି । ମ୍ୟୁନିସିପାଲ କର୍ପୋରେସନ ତରଫରୁ ଏହାର କର୍ମଚାରୀଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ତାଙ୍କ ସମ୍ପତ୍ତିକୁ ଭଙ୍ଗା କାମ ଆରମ୍ବ ହୋଇଯାଇଛି । ଏପଟେ କଙ୍ଗନା ଏହା ନ ଭାଙ୍ଗିବା ପାଇଁ ମ୍ୟୁନିସିପାଲ କର୍ପୋରେସନକୁ ଆଦେଶ ଦେବାକୁ ମୁମ୍ବେ ହାଇକୋର୍ଟକୁ ଆବେଦନ କରିଥିବାବେଳେ ଆଜି ୧୨ ଟା ୩୦ ରେ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
କଙ୍ଗନା ରଣାୱତଙ୍କ ସମ୍ପତ୍ତିକୁ ବ୍ରିିହାନମୁମ୍ବେ ମ୍ୟୁନିସିପାଲ କର୍ପୋରେସନ ଭାଙ୍ଗିଲା !
