Skip to content
(୦୯/୧୨) କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ୦୯ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଗତ ୦୮-୧୨-୨୦୨୦ ଦିନ ଚାଷୀ ଆନ୍ଦୋଳନ ବେଳେ କରାଯାଇଥିବା କାର୍ଯ୍ୟ କଳାପକୁ ନିନ୍ଦା କରାଯାଇଛି । ସୁଚନା ଅନୁସାରେ ଗତ ୦୮ ତାରିଖ ଦିନ ‘ଭାରତ ବନ୍ଦ’ ପାଳନ ସମୟରେ କଣ୍ଟାବାଞ୍ଜି ବିଧାୟକଙ୍କ ନେତୁତୃରେ ତାଙ୍କର ସମର୍ଥକ ଶାସ୍ତ୍ରୀ ଛକଠାରେ ଥିବା ଗୋଟିଏ ଦୋକାନ ସାମନାରେ ରହିଥିବା ଜଣେ ଚାଷୀଙ୍କର ଆଳୁ, ପିଆଜ, ବସ୍ତା ଗୁଡିକୁ ଉଠେଇ ଆଣି ରାସ୍ତା ମଝିରେ ଫୋପାଡି ଦିଆଯାଇଥିଲା। ସେହିଭଳି ଓମଫେଡ ଦୋକାନ ରୁ ପାଖାପାଖି ୫୦ ଲିଟରରୁ ଅଧିକ ହେବ ଖିରକୁ ଫିଙ୍ଗି ଦେଇଥିବା କଣ୍ଟାବାଞ୍ଜି ବିଜୁ ଜନତା ଦଳ ସଦସ୍ୟ ଅଜୟ ଦାସ , ରାଜେନ୍ଦ୍ର ବେହେରା , ବିନୟ ଭୂଷଣ ବିଭାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି । (ରିପୋର୍ଟ-ଏସ୍କେ ସମିମ୍)
Advertisement