(୦୮/୮) ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏକ ଆଦେଶ ଜାରି କରିଛନ୍ତି ଯାହା ଫଳରେ କି କୌଣସି ଆମେରିକୀୟ କମ୍ପାନୀ ବା ନାଗରୀକ ଯିଏ ଟିକଟକ୍ର ଭିଡିଓ ସେଆର୍ କରୁଥିବା ବାଇଟ୍ଡେନ୍ସ ସହ ୪୫ ଦିନ ଭିତରେ କୌଣସି ପଇସାପତ୍ର କାରବାର କରି ପାରିବେ ନାହିଁ । ସେହିପରି ଚାଇନାର ୱିଚାଟ୍ର ମାଲିକ ଟେନ୍ସେ ବିରୁଦ୍ଧରେ ମଧ୍ୟ ସେ ସମାନ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଗତ ସୋମବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟ୍ରମ୍ପ କହିଥିଲେ ଯେ, ଟିକଟକ୍ ଯଦି କୌଣସି ଆମେରିକୀୟ କମ୍ପାନୀକୁ ଏହା ବିକ୍ରି ନ କରେ, ତେବେ ତାର ସେବା ଆମେରିକାରେ ବନ୍ଦ ହୋଇଯିବ ।
ଟିକ୍ଟକ୍ ସହ ଆମେରିକାରେ କାରବାର ନିଷିଦ୍ଧ କରିବା ଆଦେଶରେ ଟ୍ରମ୍ପ କଲେ ଦସ୍ତଖତ !
