ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟକୁ କହିଲେ, ସେ ନିଜ କଥାରେ ଅଟଳ, କୋର୍ଟ ଯାହା ଦଣ୍ଡ ଦେବାର ଅଛି ଦିଅନ୍ତୁ !


(୨୧/୮) ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ପ୍ରତି କରିଥିବା କେତେକ ଟ୍ୱିଟ ଯୋଗୁଁ କୋର୍ଟ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖ ଦିନ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାର ଦଣ୍ଡ ବିଧାନ କରିବା ତାରିଖ ଗତକାଲି ୨୦ ତାରିଖକୁ ସ୍ଥିର ହୋଇଥିଲେ ବି କୋର୍ଟ ଉଦାର ଭାବ ଦେଖାଇ କୌଣସି ଦଣ୍ଡ ନ ଶୁଣାଇ ଶ୍ରୀ ଭୂଷଣଙ୍କୁ ଦୁଇ ଦିନ ସମୟ ଦେଇଛନ୍ତି ନିଜ କହିଥିବା କଥାର ପୁର୍ନବିଚାର କରିବାକୁ । ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ କୃଷ୍ଣ ମୁରାରୀ ଓ ଜଷ୍ଟିସ୍ ବି ଆର ଗଓଇଙ୍କ ବେଞ୍ଚ ଶ୍ରୀ ଭୂଷଣଙ୍କ ମାମଲାକୁ ବିଚାର କରିଥିଲେ । କୋର୍ଟରେ ଅନଲାଇନ୍‌ରେ ଦୁଇ ଘଣ୍ଟାଯାଏଁ ଶୁଣାଣି ହୋଇଥିଲା । ପ୍ରଶାନ୍ତ ଭୂଷଣ ନିଜ ପକ୍ଷ ରଖି କହିଲେ ଯେ, ଗଣତନ୍ତ୍ରରେ କୌଣସି ବିଷୟ ଉପରେ ଖୋଲାଖୋଲି ଆଲୋଚନା ହେବା କଥା । ଦଣ୍ଡ ପାଇବା ପାଇଁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ମତେ ଭୁଲ ବୁଝିଥିବାରୁ ଖରାପ ଲାଗୁଛି ବୋଲି ଶ୍ରୀ ଭୂଷଣ କହିଥିଲେ । ପ୍ରଶାନ୍ତ ଭୂଷଣଙ୍କ ଟ୍ୱିଟକୁ ୫ ଜଣ ପୂର୍ବତନ ବିଚାରପତି ସମର୍ଥନ କରିଛନ୍ତି, ତେବେ ସେମାନେ ମଧ୍ୟ କଣ କୋର୍ଟ ଅବମାନନା କରିଛନ୍ତି କି ବୋଲି ବରିଷ୍ଠ ଓକିଲ ରାଜୀବ ଧୱନ କହିଥିଲେ । ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ ମଧ୍ୟ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ନ ଦେବାକୁ କୋର୍ଟକୁ ଅନୁରୋଧ କରିଥିଲେ । ତେବେ ପ୍ରଶାନ୍ତ ଭୂଷଣ ଆପଣା କଥାରେ ଦୃଢ଼ ଥିବାରୁ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ବୃଦ୍ଧି ପାଇବାରେ ଲାଗିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ଜଣାପଡ଼ିଛି । କୋର୍ଟ ଉପରେ ବିଜ୍ଞବ୍ୟକ୍ତିମାନଙ୍କର ଚାପ ବୃଦ୍ଧି ପାଇବାରେ ଲାଗିଛି ଓ ଶ୍ରୀ ଭୂଷଣଙ୍କ ପ୍ରତି ଜନସାଧାରଣଙ୍କ ଯେପରି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି, ତାହା ଦେଖି କେଜାଣି ଏହି ମାମଲାରେ ଦଣ୍ଡ ବିଧାନ ଏବେ ନ ହୋଇ ଏହାକୁ ଆଗକୁ ଗଡ଼ାଇ ଦିଆଯାଇପାରେ ଭଳି ଲାଗିଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟକୁ କହିଲେ, ସେ ନିଜ କଥାରେ ଅଟଳ, କୋର୍ଟ ଯାହା ଦଣ୍ଡ ଦେବାର ଅଛି ଦିଅନ୍ତୁ !