ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଟଳିଲା, ସଚିନ ପାଇଲଟ୍ ମାନିଗଲେ !


(୧୧/୮) ଦୀର୍ଘ ଗୋଟିଏ ମାସ ହେବ ରାଜସ୍ଥାନର ଗେହଲୋତ ସରକାରର ପତନ କରିବାକୁ ଉପ-ମୁଖ୍ୟମନ୍ତ୍ରୀ ତାଙ୍କର ୧୮ ଜଣ ବିଧାୟକଙ୍କ ସହ ପୃଥକ ହେବାକୁ ଯେଉଁ ପଦକ୍ଷେପ ନେଇଥିଲେ, ଶେଷରେ ସେ ନିଜେ ହାର ମାନିଛନ୍ତି । ଗତକାଲି ସନ୍ଧ୍ୟାରେ କଂଗ୍ରେସର ଶୀର୍ଷ ନେତୃ ସ୍ତରୀୟ ବୈଠକରେ ତାଙ୍କୁ ବୁଝାଇ ଦିଆଯାଇଥିଲା ଯେ, ସେ କଂଗ୍ରେସରୁ ଯାଆନ୍ତୁ ବୋଲି କେହି ଚାହାନ୍ତିନି । କିନ୍ତୁ ତାଙ୍କ ସମର୍ଥନ କରୁଥିବା ବାକି ବିଧାୟକ ଓ ତାଙ୍କର କି ଅଭିଯୋଗ ଅଛି ତାହା ପ୍ରକାଶ କରିବାକୁ ତାଙ୍କୁ କୁହାଯାଇଥିଲା । ତେବେ ଶ୍ରୀ ପାଇଲଟ୍ ଏବେ ବି କଂଗ୍ରେସରେ ଅଛନ୍ତି ଓ ଜନତାଙ୍କୁ ଯେଉଁ ପ୍ରତିଶୃତି ଦେଇଛୁ ନିର୍ବାଚନ ସମୟରେ ସେଇଟା ନ କରି କେମିତି ଚାଲିଯିବୁ ବୋଲି ସେ କହିଥିଲେ । କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସହ ତାଙ୍କର ବିବାଦ ରହିଛି ବୋଲି ସେ ପ୍ରକାଶ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହନ୍ତି ବୋଲି କହିବା ସହ ସେ ଏବେ ବି କଂଗ୍ରେସର ସୀପାହି ବୋଲି ଗଣମାଧ୍ୟମକୁ କହିଛନ୍ତି । ଏହା ସହ ସେ ପୁନର୍ବାର ରାଜସ୍ଥାନର କଂଗ୍ରେସ ସଭାପତି ପଦ ପାଇବେ ବୋଲି ଜଣାପଡ଼ିଛି, କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ପୂର୍ବର ସେହି ଉପ-ମୁଢଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି । ତେବେ ଆସନ୍ତା ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ, ସେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ଭରସା ଦିଆଯାଇଛି । ଏହା ସହ ରାଜ୍ୟରେ ବିରୋଧି ଦଳ ପକ୍ଷରୁ ଗେହଲୋତ ସରକାର ପାଇଁ ଯେଉଁ ସଙ୍କଟ ଥିଲା, ତାହା ପ୍ରାୟ ଟଳି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ବିଧାନସଭାରେ ଶକ୍ତି ପରୀକ୍ଷା କରିବା ଏକ ଔପଚାରିକତା ବୋଲି କହିଲେ ପ୍ରାୟ ଭୁଲ ହେବ ନାହିଁ । ଏଥିରେ ବିଜେପିକୁୁ କ୍ଷତି ହୋଇଥିବାବେଳେ କଂ୍‌ଗ୍ରେସକୁ ଅଧିକ ଲାଭ ହୋଇଛି ବୋଲି ରାଜନୈତିକ ବିଶାରଦଙ୍କ ମତ । ଯଦି ଏହି ଧାରା ଜାରି ରୁହେ, ତେବେ ଏହାର ପ୍ରଭାବ କର୍ଣ୍ଣାଟକ ଓ ଗୋଆ ରାଜ୍ୟରେ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଟଳିଲା, ସଚିନ ପାଇଲଟ୍ ମାନିଗଲେ !