ମକା ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ପୋଲିସ-ଜନତା ମୁହାଁମୁହିଁ, ଉଭୟ ପକ୍ଷର ଅନେକେ ଆହତ !


(୧୩/୧୧) ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ବ୍ଲକରେ ମକା ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ପୋଲିସ ସମେତ ଉଭୟ ପକ୍ଷର ଲୋକେ ଆହତ ହୋଇଥିବା ଜାଣିବାକୁ ମିଳିଛି ।ପରିସ୍ଥିତି ଉତ୍ତେଜନା ପୂର୍ଣ ହେବାରୁ ପୋଲିସ ର ଲାଠି ଚାର୍ଜ କରିଛି । କୋଶାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁନି ଗ୍ରାମରେ ସରକାରଙ୍କ ଦ୍ଵାରା ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନକୁ ନେଇ ସ୍ଥାନୀୟ ଅଞ୍ଚଳର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହା ସପକ୍ଷରେ ଥିବାରୁ ଘଟଣାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବରୁ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପାଇଁ ଆସିଥିବାବେଳେ ଆନ୍ଦୋଳନ ର ନେତୃତ୍ୱ ନେଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଦ୍ୱାରା ଅଟକ ରଖା ଯାଇଥିଲା । ଏହାର ପ୍ରତିବାଦରେ ନେଇ ଅଟକ ଗ୍ରାମବାସୀଙ୍କୁ ଛାଡ଼ିବା ଦାବି ନେଇ ଗ୍ରାମବାସୀଙ୍କ ଦ୍ଵାରା ନବରଙ୍ଗପୁର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ । ଆଲୋଚନା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଥିଲେ । ପ୍ଲାଣ୍ଟ କାମ ଆଜି ପାଚେରୀ କାମ ଆରମ୍ଭ ହେବା ପରେ ପୁଣି ପ୍ରାୟ ୨୦୦ ରୁ ୩୦୦ ବିପକ୍ଷବାଦୀ ଆସି କାମକୁ ବିରୋଧ କରିଥିବାବେଳେ ପୁଣି ସପକ୍ଷବାଦୀମାନେ ପହଁଚିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ ହେବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ଏବଂ ପୋଲିସ ଲାଠିଚାର୍ଜ କରିଥିଲା । ପୋଲିସକୁ ମଧ୍ୟ ପାଲଟା ଆକ୍ରମଣ ର ଶିକାର ହେବାକୁ ପଡିଥିଲା । ଯାହାଫଳରେ କିଛି ପୋଲିସ କର୍ମଚାରୀଙ୍କ ସମେତ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । (ରିପୋର୍ଟ – ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମକା ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ପୋଲିସ-ଜନତା ମୁହାଁମୁହିଁ, ଉଭୟ ପକ୍ଷର ଅନେକେ ଆହତ !