(୧୭/୭) ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଙ୍କ ଟାଙ୍ଗିଆ ଚଟରେ ପୋଲିସ କନେଷ୍ଟବଳଙ୍କ ସମେତ ଦୁଇ ଗ୍ରାମବାସୀ ଆହତ।ଏପରି ଅଭାବନୀୟ ଘଟଣା ଘଟିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଡେଙ୍ଗପଦର ଗ୍ରାମରେ।ସୂଚନା ଅନୁଯାୟୀ ଗ୍ରାମର ରମେଶ ଦଳପତି(୨୫) ନାମକ ବ୍ୟକ୍ତି ଦୀର୍ଘ ଦିନ ହେବ ମାନସିକ ବିକାରଗ୍ରସ୍ତ ହୋଇ ତାଙ୍କ ପରିବାର ସଦସ୍ୟଙ୍କୁ ଘରେ ରହିବାକୁ ଦେଉନଥିଲେ। ଗତକାଲି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ଏକ ଟାଙ୍ଗିଆ ନେଇ ପଡ଼ିଶା ଘର ନିର୍ମଳା ବିଷୋୟୀ ଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଭୟଭୀତ ହୋଇ କବାଟ ବନ୍ଦ କରିଦେଇଥିଲେ। ନିର୍ମଳା ଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବାରୁ ଏନେଇ ସ୍ଥାନୀୟ ପାତ୍ରପୁଟ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ। ଗ୍ରାମବାସୀ ଙ୍କ ସାହାଯ୍ୟରେ ଅଭିଯୁକ୍ତ ମାନସିକ ବିକାରଗ୍ରସ୍ତ ରମେଶକୁ ଧରିବାକୁ ଦୀର୍ଘ ୩ ଘଣ୍ଟା କସରତ କରିବାପରେ ଅଭିଯୁକ୍ତ ରମେଶ ଏକ ଟାଙ୍ଗିଆରେ ପୋଲିସ କନେଷ୍ଟବଳ ପ୍ରବୀଣ କୁମାର ପାଞ୍ଜିଆ ଓ ଦୁଇ ଗ୍ରାମବାସୀ ଙ୍କୁ ଆକ୍ରମଣ କରିଥିଲା। ଖବର ପାଇଁ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପାରମାନନ୍ଦ ସୁନାନୀ ପହଞ୍ଚି ଆହତ ତିନିଜଣ ଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇବା ସହ ଅଭିଯୁକ୍ତ ରମେଶ କୁ ମଧ୍ୟ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।(ରିପୋର୍ଟ-ବାବୁଲି ଗଣ୍ଡ)
ଟାଙ୍ଗିଆରେ ପୋଲିସ କନେଷ୍ଟବଳଙ୍କୁ ଆକ୍ରମଣ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
