(୦୩/୬) ନବରଙ୍ଗପୁର ଜିଲ୍ଲା ସଂଖ୍ୟାଲଘୁ ପରିଷଦ ପକ୍ଷରୁ ଖ୍ରୀଷ୍ଟ ଧର୍ମକୁ ଅପମାନ କରି ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମାର ଜଣେ ବ୍ୟକ୍ତି ଫେସବୁକ ଓ ହ୍ୱାଟସଆପରେ କେତେକ ଆପତ୍ତିଜନକ ଫଟୋ ଅପଲୋଡ୍ କରିଥିବା ଥାନାରେ ଅଭିଯୋଗ ହୋଇଛି । ନବରଙ୍ଗପୁର ଥାନାରେ ଦାଖଲ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଆଜି ୦୩ ତାରିଖ ଦିନ ଉକ୍ତ ଗ୍ରାମର ଜଣେ ନିଦ୍ଧିଷ୍ଟ ବ୍ୟକ୍ତି ସମ୍ପ୍ରଦାୟ ଭିତରେ ବିଭେଦ ସୃଷ୍ଟି କରିବାକୁ ପ୍ରଭୁଯୀଶୁଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଫଟୋକୁ ରାଜନୈତିକ ନେତାମାନଙ୍କ ଆକୃତି ଦେଇ ଖ୍ରୀଷ୍ଟିୟାନ ଧର୍ମର ବିଭିନ୍ନ ଲୋକଙ୍କ ଫେସବୁକ ଆକାଉଣ୍ଟରେ ତାହା ପୋଷ୍ଟ କରିଥିବା ଦେଖିବାକୁ ପାଇଥିଲେ । ଏହାଦ୍ୱାରା ସେମାନଙ୍କ ଧାର୍ମିକ ଭାବନାକୁ ଗଭୀର ଭାବେ ଆଘାତ ମିଳିଛି ଓ ଏଥିପାଇଁ ସଂପୃକ୍ତ ବ୍ୟକ୍ତି ବିରୋଧରେ ତୁରନ୍ତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖା ଯାଇଥିବା ଜଣାପଡ଼ିଛି ।
ନବରଙ୍ଗପୁରରେ ପ୍ରଭୁଯୀଶୁୁଙ୍କ ଫଟୋକୁ କଦର୍ଥ କରିଥିବା ଥାନାରେ ଅଭିଯୋଗ
![You are currently viewing ନବରଙ୍ଗପୁରରେ ପ୍ରଭୁଯୀଶୁୁଙ୍କ ଫଟୋକୁ କଦର୍ଥ କରିଥିବା ଥାନାରେ ଅଭିଯୋଗ](https://nabodaya.in/wp-content/uploads/2020/06/Nab-F.jpg)