(୧୧/୮) ଭୁବନେଶ୍ୱରର ଖାରବେଳ ନଗର ଥାନା ଅଂଚଳରେ ଭିଜିଲାନ୍ସ ଡିଏସ୍ପିଙ୍କଠାରୁ ଅଭିନବ କୌଶଳରେ ତାଙ୍କଠାରୁ ସୁନା ଚେନ୍ ଲୁଟ କରିଥିବା ଡକାୟତଙ୍କୁ ପୋଲିସ୍ ଗିରଫ କରିଛି । ଡକାୟତ ଦଳରେ ୩ ଜଣ ଥିବାବେଳେ ସେମାନେ ବହୁଦିନରୁ ଏପରି ଡକାୟତି କାମ କରି ଆସୁଥିଲେ ବୋଲି ଜଣାପଡ଼ିଛି । ପୋଲିସ୍ ସେମାନଙ୍କଠାରୁ ୩ ଟି ସୁନା ଚେନ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ମୋବାଇଲ ଫୋନ୍ ଓ ୨ ଟି ମୋଟର ସାଇକେଲ ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ମାସ ୨୬ ତାରିଖ ଦିନ ମହିଳା ଡିଏସ୍ପି ଜଣକ ଘରେ ସକାଳେ ଝାଡ଼ୁ କରୁଥିବା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଆସି ଆପଣଙ୍କ ନାମରେ ପାର୍ସଲ ଆସିଛି କହି ଭିତରକୁ ପଶିଥିଲେ । ସେତେବେଳେ ଡିଏସ୍ପି ପିନ୍ଧିଥିବା ସୁନା ଚେନ ସେମାନେ ଲୁଟି ପଳାଇଥିଲେ । ଘଟଣା ସମ୍ପର୍କରେ ସଂପୃକ୍ତ ଭିଜିଲାନ୍ସ ଡିଏସ୍ପି ଥାନାରେ ରିପୋର୍ଟ କରିବାରୁ ପୋଲିସ୍ କମିସନରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୋଲିସ ସନ୍ଦିଗ୍ଧଙ୍କୁ ଖୋଜାଖୋଜି କରୁଥିଲା ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ଡିଏସ୍ପିଙ୍କଠୁ ସୁନାଚେନ ଲୁଟ କରିଥିବା ଡକାୟତଙ୍କୁ ପୋଲିସ୍ ଧରିଲା !
