(୧୮/୧୦) କରୋନା ମହାମାରୀ ପରେ ଚାରିଆଡ଼େ ଅପରାଧ ବୃ୍ଦ୍ଧି ପାଇବାରେ ଲାଗିଛି, ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନାରେ ଗତ ସେପ୍ଟେମ୍ବର ୬ ତାରିଖ ଦିନ କୁଞ୍ଜ ବିହାରୀ ଜାଲ୍ଙ୍କ ଓଡି-୦୩-୬୭୭୮ ବିଶିଷ୍ଟ ହିରୋ ଗ୍ଲେମର୍ ମୋଟର ସାଇକେଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଥାନା କେଶ ନଂ.୧୯୯ ରେ ଏକ ମାମଲା ରୁଜୁ କରି ସ୍ଥାନୀୟ ପୋଲିସ୍ ଏହାର ତଦନ୍ତ କରୁଥିଲା । ତେବେ ପୋଲିସ୍ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଥାନା ନିରୀକ୍ଷକ ସତ୍ୟଜିତ କଣ୍ଡେଲକାର ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ସିବା ପ୍ରଧାନ, ପ୍ରଭାତ କୁମାର ବେହେରା, ହୀରାଲାଲ୍ ପୁଟେଲ ଓ ସୁରଥ ପୁଟେଲ ବୋଲି ଶ୍ରୀ କଣ୍ଡେଲକର୍ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କଠାରୁ ଦୁଇଟି ହିରୋ ଗ୍ଲେମର୍, ଗୋଟିଏ ହିରୋ ସ୍ପେ୍ଲଣ୍ଡର ପ୍ଲସ୍, ଗୋଟିଏ ବଜାଜ୍ ଡିସକଭର୍ ଓ ଗୋଟିଏ ହଣ୍ଡା ସାଇନ୍ ଏହିପରି ୭ ଟି ବାଇକ୍ ଉଦ୍ଧାର କରିଥିବା ସେ ସୂଚନା ଦେଇଛନ୍ତି । (ରିପୋର୍ଟ-ଏସ୍ କେ ସମିମ୍)
ବାଇକ୍ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ୍, ୭ ଟି ବାଇକ୍ ଉଦ୍ଧାର !
