(୨୬/୬) ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଂଚଳର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଡକାୟତ କରୁଥିବା ଅଭିଯୋଗରେ ଏକ ଡକାୟତ ଗ୍ୟାଙ୍ଗର ୧୨ ଜଣ ସଦସ୍ୟକୁ ଗିରଫ କରିଛି ନବରଙ୍ଗପୁର ପୋଲିସ୍ । ଏ ସମ୍ବନ୍ଧରେ ନବରଙ୍ଗପୁର ଏସ୍ପି ନିତିନ କୁଶଲକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ୨୦ ଦିନ ଧରି ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକଙ୍କୁ ଭୟଭୀତ କରି ଲୁଣ୍ଠନ କରୁଥିଲେ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଅଂଚଳର କ୍ଷୀରସିନ୍ଧୁ ବିନ୍ଧାଣୀ ନାମକ ଏକ ବ୍ୟକ୍ତି ମାଷ୍ଟର ମାଇଣ୍ଡ ସାହାଯ୍ୟରେ କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ଼, ନୂଆଗାଁ, ବୋରିଗୁମ୍ମା ଓ ଏହାର ଆଖପାଖ ଅଂଚଳର ଅନେକ ଡକାୟତ ମିଶି ଏକ ଗ୍ୟାଙ୍ଗ ଭାବରେ ଡକାୟତି କରୁଥିଲେ । ଏହି ଡକାୟତଙ୍କ ଆକ୍ରମଣରେ ଅନେକ ଅନେକ ଲୋକ ଚିକିତ୍ସିତ ହେଉଥିବା ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୋଗ ପାଇବା ପରେ ଏସ୍ପିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ପୋଲିସ୍ ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଡକାୟତଙ୍କ ନିକଟରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଅନେକ ପରିମାଣର ସୁନା ଓ ରୂପା, ଗୋଟିଏ ପିସ୍ତଲ, ଭୁଜାଲି ଓ ଛୁରୀ ଓ ୫ ଟି ମୋବାଇଲ ଫୋନ ଜବତ କରିଥିବା ଏସ୍ପି ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗର ଫେରାର୍ ଥିବା ଆଉ ବାକି ସଦସ୍ୟଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ନବରଙ୍ଗପୁରରେ ୧୨ ଜଣ ଡକାୟତ ଗିରଫ, ପିସ୍ତଲ ସହ ଅନେକ ମାରଣାସ୍ତ୍ର ଜବତ ।
