- ସ୍ୱର୍ଣ୍ଣପ୍ରଭା ଖଟୁଆ
(ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଗବେଷଣାରତ)
ସାହାସପୁର, ଜିଲ୍ଲା-ଯାଜପୁର
ମୋ: ୭୭୪୯୮୦୦୨୦୭
ଚନ୍ଦ୍ରପୃଷ୍ଠରେ ତୁମ ସହ ଦେଖା
ସ୍ୱପ୍ନରାଇଜର ଖୁବ ନିକଟରୁ ତୁମ ସାନିଧ୍ୟ
ନଈପଠା କାଶତଣ୍ଡି ପରି
ତୁମ ପ୍ରତିଶୃତି ଖୁବ୍ ଧବଳ
ତୁମ ଆଗମନ ଠିକ୍
ମୋ ଶରୀରର ପ୍ରତିଛାୟା ପରି
ମୁଁ ତାକୁ ଦୂରେଇ ପାରେ
ନା କୋଳେଇବାର ଆକର୍ଷଣକୁ
ଛାତିରେ ଆଉଜି ପାରେ…
ପ୍ରଭାବ ଆସେ
କିଛି ନୂତନ ପରମ୍ପରାର ପେଟିକା ନେଇ
ଗୁଣୁଗୁଣେଇ ହୁଏ ଭ୍ରମର
ଫୁଲେଇ ଫୁଲର ବାସ୍ନାର ମଧୁରତାରେ
ପ୍ରକୃତିରାଣୀ ସଜେଇ ହୁଏ
ସବୁଜ ରଙ୍ଗର ସବୁଜିମାରେ
ପର୍ବତର ଶୋଭାରାଶି
କିଛିକ୍ଷଣ ମୋତେ
ଆନମନା କରେ
ତୁମ ଆଗମନ ଓ ପ୍ରତ୍ୟାଗମନର
ବିରହ ବେଦନାରେ…
ମୁଁ କୁମୁଦିନୀ ତୁମେ ଚନ୍ଦ୍ରର ପରିକଳ୍ପନା
ଆମ ସମ୍ପର୍କର ନକ୍ସାକୁ
ସଠିକ୍ ରୂପରେଖ ଦେଇ ଆସିଲା
ଠିକ୍ ଗତକାଲିର
ଯାହା ଆଜି ପାଇଁ ମୋତେ
ଅଭିଶପ୍ତା ଅହଲ୍ୟା କିମ୍ବା
ସବରୀର ଅପେକ୍ଷାରତ ପ୍ରତିମୂତ୍ତୀଟିଏ
ସଜାଇ ଚାଲିଛି ପ୍ରତି ମୁହୂର୍ତ୍ତ…