–ସସ୍ମିତା ବଡ ଜେନା
ସମାଜର କିଛି ଅନ୍ଧ ବିଚାର
ଆଗରେ
ମଥା ନଇ ଗଲା
ବୁଦ୍ଧି ହଜି ଗଲା
ବିବେକ ଶୂନ୍ୟ ହୋଇ ଗଲା
କିଛି ଅହଂକାର ପାଇଁ
ହେଲେ
ବଳି ବଳି ପଡି ଗଲା ଗୋଟେ ସୁନ୍ଦର୍ ନିରୀହ ଜୀବନ,
କିଛି କବାଟ ପଛର ରହସ୍ୟ
ଆଉ କିଛି ମିଠା ରାଜନୀତି
ଆଉ ପେଶାଦାର ଅଭିଳାଷ ର
ଖୋଵ ଓ ଦ୍ୱନ୍ଦ ର ଶିକାର ରେ
ହଜିଗଲା ପରୀ ନୀଳ ଆକାଶରେ,
ସବୁ ନିରବତା କୁ ଆଡ କରି
ଜନଶୂନ୍ୟ ସାହି ପଡିଶା
ବିବେକୀ ମଣିଷ ଟା
ଭୟ ର ଆଶଙ୍କାରେ
ଗୋଡ଼ି,ମାଟି,ପାଣି ଓ ପବନ
ସବୁ ଏଠି ଚୁପ୍
ଖିଲି ଖିଲି ହସ ଟା ଲୁଚିଗଲା
ଅନେକ ବେଳରୁ
ହେଲେ ବିଚାରରେ କାହିଁକି ଏତେ କୃପଣ ତା
ଯେମିତି ବାଟ ଭାଙ୍ଗି ଗାଈ ଆଳ ପିଲା ପରି
ଆଇନ୍ ର ନୀରବତା ନୀତି ଓ ଆଦର୍ଶ
ଆତ୍ମ ହୁତି ସରଳ ନିସ୍ପାପ ମଣିଷ
ଗୁଣ୍ଡା ରାଜ ଅକ୍ତିଆର ସମଗ୍ର ସମାଜ
ସବଳର ଅତ୍ୟାଚାର ଦୃବଲ ଉପରେ
କେବେ ସରିବ ସବୁ ନିସ୍ତେଜ୍
ପରୀ କିନ୍ତୁ ପରୀ ଟିଏ
ଭରି ଅର୍ଶ୍ରୁଲ୍ ନୟନେ
ସ୍ମିତ୍ ହସ ସହ
କାହିଁକି ନା
ସିଏ ଜାଣେ ଏଠି ଚାଲେ
ସ୍ବଦେଶ ରେ ବିଦେଶୀ ଶାସନ ।।