ll ପର୍ବ ll (କବିତା)

ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର ।

ଜନମ ମରଣ
ଏଠି ଦୁଇ
କୂଳମଝିରେ ପ୍ରଖର ସ୍ରୋତ,
ଜୀବନ ବହୁଛି
ଜୁଆର ଉଠୁଛି
ଭେଟିବ ବିଷମ ଗଣ୍ଡ ।
ଉଷାର ଆଲୋକ ସ୍ୱାଗତ କରିବ
କାଳରାତ୍ରି କଟିଯିବ ,
ନୂତନ ଲୋକରେ
ଦିବ୍ୟ ଚେତନାରେ
କାୟା ଛାୟା ମିଶିଯିବ ।

ହୃଦୟ କୁଞ୍ଜର
ଲଳିତ କାକଳୀ
ମୋହ ନିଦ୍ରା ଭାଙ୍ଗିଦେବ ,
ପ୍ରଭାତୀ ତାନରେ
ଅମୃତ ବେଳାରେ
ନବିନ ସୂର୍ଯ୍ୟ ଉଇଁବ ।
କାହା କୂଜନରେ
ଉଠୁଛି ତରଙ୍ଗ
ଶୀତଳ ସମୀର ସ୍ପର୍ଶ,
ପ୍ରେମ ସ୍ରୋତସ୍ୱିନୀ
ମୋକ୍ଷ ଆଶ୍ୱାଦିନୀ
ଆତ୍ମାର ମିଳନ ପର୍ବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ll ପର୍ବ ll (କବିତା)