-ଜୟଦ୍ରଥ ସୁନା, ବାଞ୍ଜିପଦର, ରେଗଡା, କଳାହାଣ୍ଡି
ବଣ୍ଟା ହେଲା ଛେଳି, ମେଣ୍ଢା,ଗାଈ
ଗୁହାଳ,କ୍ଷେତ,ଖଳା
ଟାଙ୍ଗିଆ,କୁଢ଼ରେ,ବାରେସେ, ରଫା
ଦା, ପନକି,ଘର,ଢେଙ୍କିଶାଳ,
ମାଲଛମା,କାଳୀସୁନ୍ଦରୀ,ବାବୁରାଓ,ଭିମା
ଭାଗ ହେଲା,ଟୁ ପୁଲି,ଭୁଗା,କଂସା ଥାଳି,ଖୁରି ଗିନା
ହେଲେ ,ବଣ୍ଟା ହେଲାନି
ପାଞ୍ଚ ଦିସମିଲ ବାପ,ଦାଦୀ, ଅରଜି ଥିବା
ପୂର୍ବପୁରୁଷ ର ଭିଟା ମାଟି।
ପିତ ଚଢ଼ିଗଲା ମୁଣ୍ଡରେ ଭୁଇଁରାଙ୍ଗୁ ର
ଗର୍ଜିଲା ଯେଉଁଠି ମାଟି ଖଣ୍ଡେ ତାର ନାହଁ
ଏ ସବୁ ତାର କିଛି ନାହିଁ ।
ତା ଆରଦିନ ଇଅଡୁ ବାର କୋଷ
ସେଆଡୁ ବାର କୋଷ ଗଲା>
ବାଞ୍ଜିବୁଟା କୁଟି ପଦର ବସିଲା ଭୁଇଁରାଙ୍ଗୁ
ନା ଦେଲା ବାଞ୍ଜିପଦର ।
ସେ ଦିନର ତାର ଗୋଟେ ସୋରିଷ ରୁ
ଆଜି ଲକ୍ଷେ ,ଭୁଇଁରାଙ୍ଗୁରୁ ନବୀ,ଘାସି,କେଶବ
ପରେ ପରେ ରୂପାଧର,ଓ ଜନ୍ମ।
ଯେଉଁ ଗୋଟେ ରୁ ଲକ୍ଷେ ହେଲା
ସେ ମାଟି ଆମର ଥିଲା
ଏବେ କେମିତି ଆଉ କାହାର ।
ଯେଉଁ ଭୁଇଁରାଙ୍ଗୁ ର ଝାଳରେ ସିଝି
ମାଟି ହସିଲା ,ସୁନା ଫଳିଲା ,
ଆଜି ସେ ସୁନା ଆଉ କାହା ନଜର ରେ ।
ନା କଦାପି ହେବାକୁ ଦେବୁନି ଆଉ କାହାର
ନଦୀ,ନାଳ,ଝରଣା,ଜଙ୍ଗଲ
ଜାନୀ, ଯାତରା, ଧରନୀ ଖୁଟା
ସବୁ ଆମର ।
ଆସରେ ଭୁଇଁରାଙ୍ଗୁ ବିହନ ମାନେ
ମୋର ଭାଇମାନେ,ବୁହେନମାନେ,
ଏଇ ସମୟ ଆସିଛି ମାଟି ର ମୂଳ ସୁଝିବା
ହଁ ,ହଁ ଆସ ଯୁଦ୍ଧ କରିବା।
ଅସ ବର୍ଚ୍ଛା ଧରି,ଟାଙ୍ଗି ଧରି
ଆସ ଦା ଧରି,ଟାଙ୍ଗିଆ ଧରି
ନିଶ ଫୁଲେଇ ,ସଲଫ ପିଇ ଥରେ ଗର୍ଜିବା
ନିଶାନ ବଜାଇ ଡାକରା ଦେବା
ବାଞ୍ଜିପଦର ଅମରଟା
ନୁହେଁ ସେ କାହାର ବାପରଟା ।