-ସଶ୍ମିତା ବଡ଼ଜେନା
ପେଟ ପାଇଁ ଜୀବନ ଜୀବିକା
ଦେଶ ଭିତରେ ଓ ବାହାରେ
ହେଲେ ସେ ଲୋଳୁପ ଦୃଷ୍ଟି
କେତେ ଯୌବନର ଉନ୍ମୁକ୍ତ ଶରୀର
ପ୍ରତି ମୁହୂର୍ତ୍ତରେ ହୁଏ କ୍ଷତ ଓ କ୍ଷତାକ୍ତ
ଲୁଟି ହୁଏ ବିବେକ, ଲଜ୍ୟା ଓ
ଲୁଚିଥିବା ଆବରଣ ତଳେ ସମ୍ମାନ
ଇଙ୍ଗିତରେ ବର୍ଷା ହୁଏ କେତେକ
ଶଦ୍ଦ ସହ ଅଶଦ୍ଦ
ଯାହା ଶୁଣିବା କହିବା ଅସହ୍ୟ,
ସବୁ ଲୋଲୁପ ଦୃଷ୍ଟିର ଆଢ଼ୁଆଳରେ
ଅତ୍ୟାଚାର ପାଷାଣ ପରି ଶଦ୍ଦ ହୀନ
ନିର୍ଯ୍ୟାତନା ଶରୀରରେ ପାଶବିକ ଅନୁକମ୍ପା
କଷ୍ଟହୀନ-ସ୍ଵାଦହୀନ ଅଶ୍ରୁଳ ବେଦନା
ପାଲଟେ ରଣାଙ୍ଗନ ପ୍ରତି ମୁହୂର୍ତ୍ତରେ,
ଚକ୍ରବିହୁରେ ସବୁ ନୀରବ ପାଲଟେ
ଇତିର ଅନ୍ତ ହୁଏ
ଅନେକ ଅପପ୍ରଚାରରେ
କେତେ ତର୍ଜମା ପରେ
ଦୋଷୀ ସିନା ଦଣ୍ଡ ପାଏ
ହେଲେ ଇତିର ଜୀବନ ଛଟପଟ
ଅନେକ ଇତିଙ୍କ ଇଙ୍ଗିତରେ,
ଏଠି ଗୋଟେ ଗୋଟେ ଇତି
ଅନେକ ଶଦ୍ଦ ହୀନ ବେଦନା
ଯେମିତି ସେମାନେ କଣ୍ଢେଇରୁ
ପାଲଟି ଯାଆନ୍ତି ସୁନ୍ଦର୍ ପରୀଟିଏ
ନୀଳ ଆକାଶରେ
ଏଠି ସବୁ ସ୍ତବ ନିରବତା ଭିତରେ ,
ଏବେ ସମୟ
ପ୍ରତିବାଦ କରିବାର
ନିଜ ପାଇଁ ସୁରକ୍ଷା ଓ ଅଭିବୃଦ୍ଧି
ନିମନ୍ତେ
ପ୍ରତି ମୁହୂର୍ତ୍ତରେ ।।