–ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର
ହୃଦୟ ତନ୍ତ୍ରୀକୁ
ଥରାଇ ନିର୍ଭୟା
ମୁହଁ ପୋତି ଫେରିଯାଏ ,
ଅବା ବଞ୍ଚିରହି
ଅବାଞ୍ଛିତ ହୋଇ
ଲହୁ ଲୁହାଣ ସେ ହୁଏ ।
ସଗର୍ବେ ବଖାଣୁ
ନାରୀ ପରାକାଷ୍ଠା
ମାତୃଭୂମି ମାତୃଭାଷା ,
ପ୍ରତିଟି ମୁହୂର୍ତ୍ତେ
ସେ ଏଠି ଲାଞ୍ଛିତା
ଏହା କି ଅଛପା ଅଜଣା ।
ନାରୀ ପ୍ରୀତିଝରା
ପ୍ରେମର ପିତୁଳା
ବୁଝିବାକୁ ଅଛି ବାକି ,
କେତେଦିନ ଆଉ
ନିଷ୍ପାପ ଲହୁରେ
କଳଙ୍କିତ ହେବ ମାଟି ?
ନିର୍ଭୟା ତୁମେ
ପ୍ରତିଭାଦୀପ୍ତ
ଆଲୋକରେ ଉଦ୍ଭାସିତ,
ନାରୀ ସମ୍ମାନର
ତୁମେ ବାର୍ତ୍ତାବହ
ସମୟର ଅନ୍ତଃସ୍ୱର । (4 )