# ମୂଳ ରଚନା : ୱରୱରା ରାଓ
ଓଡ଼ିଆ ଭାଷାନ୍ତର : ଲେନିନ୍ କୁମାର
ମୁଁ ବାଂଟି ନଥିଲି ବୋମା
ଅବା ବିଚାର,
ତମେ ହିଁ ଦଳିଦେଇଥିଲ
ପିଂପୁଡିଂକ ବିଳ
ନିଜ ନାଲମରା ଜୋତାରେ ।
ଦଳିଦିଆଯାଇଥିବା ମାଟିରୁ
ସେତେବେଳେ ଫୁଟିଥିଲା ପ୍ରତିହିଂସାର ଧାରା।
ମହୁମାଛିଂକ ମହୁଫେଣା ଉପରେ
ତମେ ହିଁ ମାରିଥିଲ ଲାଠି
ଏବେ ତମକୁ ପିଛା କରୁଥିବା ମହୁମାଛିଂକ ଧ୍ୱନିରେ
ଥରହର ତୁମ ହୃଦୟ ।
ଆଖି ଆଗରେ ଅଂଧାର
ଗଜୁରି ଉଠିଛି ତୁମ ମୁହଁରେ ଚକଡା ଚକଡା ଭୟ ।
ଜନଗଣଂକ ହୃଦୟରେ ବାଜୁଥିବା
ବିଜୟ ଦୁଂଦୁଭିକୁ
ତୁମେ ବୁଝିଥିଲ
କେବଳ ଏକ ଆହ୍ବାନ
ଓ ମୁହାଁଇଦେଲ ସେଆଡକୁ ନିଜର ବଂଧୁକ,
ଏବେ ଦଶ ଦିଗରୁ ଉଠି ଆସୁଛି ବିପ୍ଲବର ଡାକ ।