ମୀନାକ୍ଷୀ ପଣ୍ଡା
ଖରିଆର ରୋଡ଼, ନୂଆପଡ଼ା 
ସାଗର ମନ୍ଥନ କାଳରେ ଉତ୍ପନ୍ନ ପୁରାଣେ ଅଛି ବର୍ଣ୍ଣିତ
ଲକ୍ଷ୍ମୀମାତ ଭ୍ରାତ ମାମୁଁରୂପେ ଖ୍ୟାତ ବିଦିନ ସାରାଜଗତ
ଦଣ୍ଡ ଦିନ ମାସ ମିଶି ହୁଏ ବର୍ଷ ଦୁଇପକ୍ଷେ ଏକ ମାସ
କୃଷ୍ଣ ଶୁକ୍ଲ ହୋଇ ପକ୍ଷ ରହିଥାଇ ଶୁକ୍ଲ ପକ୍ଷେ ତୁମେ ଆସ । ।
ଯେହ୍ନେ ଫୁଲକଳି ଧିରେଧିରେ ବଢ଼ି ପୂର୍ଣ୍ଣମୀରେ ପୂର୍ଣ୍ଣଜହ୍ନ
ଜୋଛନା ଶୀତଳ ଢାଳି ମହୀତଳ ବିଧୌତେ କର ଆଚ୍ଛନ୍ନ
ବିଭୁ ଶ୍ରେଷ୍ଠ ଦାନ ପ୍ରୀତି ସୁହାଗନ ପ୍ରେମ ବିନା ସବୁ ତୁଚ୍ଛ
ପ୍ରଣୟ ଅମୃତ ଢାଳିଛ ନିରତ କିଏ କହିବକି ମିଛ?
ଋହି ବହୁଦୂରେ ପୀରତି ରଜ୍ଜୁରେ ବାନ୍ଧିଛ ପ୍ରୀୟା-କୁମୁଦ
ପ୍ରେମିକ ପ୍ରବର ବୋଲି ଏ ସଂସାର ରହିଛ ଶ୍ରେଷ୍ଠ ପ୍ରବାଦ
ଉଦାର ମନର ସବୁଜ ସମ୍ଭାର ତୁମେ ସ୍ନିଗ୍ଧ ଅନୁଭୂତି
ହୃଦୟ କାନନେ ମିଳନ ଲଗନେ ତୁମେ ଛିଟ-ପ୍ରଜାପତି । ।
ଶୁଭ ପଦାର୍ପଣେ ସ୍ମୃତିର ଦର୍ପଣେ ତୃପ୍ତିର ତରଣୀ ଭଳି
ତୁମ ଛବି ଭାସେ ମୋ ମନଆକାଶେ ନୀଳତୃଷ୍ଣା ଅର୍ଘ୍ୟଥାଳି । ।