-ଜସ୍ମିନ ଗିରି, ଭୁବନେଶ୍ୱର
ଆଜି ତ ଆଉ କରନା ତୁମେ ଲୋକ ହସା
ବୁଝିବାକୁ ଆଉ ବାକି ନାହି ତୁମ ମିଛ କଥା ।
ଭୂତାଣୁ ବ୍ୟାପିବାରେ କଲ ତୁମେ ରାଜନୀତି
ବୁଝି ତ ସାରିଲୁଣି ଆମେ ତୁମ କୂଟନୀତି ।
କେତେ ଯେ ମଲେଣି ଭୋକରେ ଲୋକ ଏଠି
ତୁମେ ଖାଲି ବ୍ୟସ୍ତ ଏଠି କରିବାରେ ଘୃଣାର ରାଜନୀତି
କହିବକି ଥରେ ଦଙ୍ଗା ପରେ କାହା ରକ୍ତରେ ରାସ୍ତା ଲାଲ୍ ଏଠି ।
ରଙ୍ଗକୁ ବି ତୁମେ ଛାଡ଼ିଲନି କରିଦେଲ ଭାଗ ଭାଗ
କାହାକୁ ଗେରୁଆ ତ,
କାହାକୁ ସବୁଜ…
ଖାଦ୍ୟକୁ ବି ଚିହ୍ନିଲ ଧର୍ମର ନାମରେ
କହିବକି ଟିକେ ଯେ ଭୋକରେ ଅଛି
ସେ ହିନ୍ଦୁ କି ମୁସଲମାନ ଏଠି?
ରଙ୍ଗେଇଲ ଆମ ମନ ଘୃଣାର ରଙ୍ଗରେ
ପରିବା କିଣିଲେ ବି ଆମେ
ସବୁ ପୁଣି ଖୋଜିଲୁ ତୁମ ଚିହ୍ନ
ବୁଝିଲୁନି ଚାଷୀଟିର ନାମ
ରହିମ କି ଆଉ କିଛି ବିକିବାବାଲାଟି କିନ୍ତୁ
ହୋଇଥାଉ ରାମ ଏଠି !