କରୋନା… ଭିନ୍ନ ଏକ ଆହ୍ୱାନ (କବିତା)

-ଧର୍ମରାଜ ମାଝୀ
ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଚନ୍ଦାହାଣ୍ଡି, ନବରଙ୍ଗପୁର

ବନ୍ଦୀ ପରି ଜୀବନ ଯାପନ
କର୍ଫ୍ୟୁ ହୋଇଛି ଜାରି
ଦଙ୍ଗା ନୁହେଁ ହିଂସା ନୁହେଁ
ସେ ତ ଆସିଛି ସାଜି ମହାମାରୀ !


କରୁଣା, ନାହିଁ କରୋନାର
ଆବୋରି ନେଇଛି ସାରା ବିଶ୍ୱ
ସୀମା ସରହଦ ଧସେଇ ପଶିଛି
ବିଷକନ୍ୟା ସେ…
ସ୍ପର୍ଶରେ ତାର ଅଛି ବିଷ !


ଜିତିବା ଯାହାର ଅହଂକାର
ପୁଣି ମାରିବା ଯାହାର ଅଙ୍ଗୀକାର
କି ବିଧି କି ନୀତି କି ଆଦର୍ଶ ଥାଏ ସେ ଛଳ ଯୁଦ୍ଧର?
ହାରିବା ଆଶଙ୍କାରେ ଲୁଚି ଛପି
ଅଦୃଶ୍ୟ ଭୂତାଣୁ କରୁଛି ଶିକାର !


ଗଗନ ପବନ ସଂକ୍ରମିତ ଏବେ
ସବୁଠି ଭୟ ଆଉ ଆତଙ୍କ
ସାମ୍ୟବାଦୀ ପିଶାଚ,
କରିଛି କବଳିତ,
ଚକ୍ରବ୍ୟୁହରେ ଏବେ ଅଭିମନ୍ୟୁ
ଖୁବ୍ ଅସହାରର ଆଉ ନିଅସ୍ତ୍ର !

ଶହେ ଚୌରାଳିଶି ନିସଂଗତାରେ
କର୍ଫ୍ୟୁ ଲାଗିଛି ଶୂନ୍ୟତାର
ସଂଗରୋଧ ଆଉ ଏକାନ୍ତବାସର ଅସହାୟତାରେ
ପିନ୍ଧେଇ ଦେଇଛି ସେ ମୁଖା ନିରବତାର!

ପ୍ରାଣ ଲୁଚିଛି ସିନ୍ଦୁକରେ
ଘରେ ସବୁ ତାଲା ବନ୍ଦୀ
ଏମିତି ହୋଇଛି କଟକଣା
ମୁକ୍ତିର ପଥ ଆଉ ଦିଶେ ନା!
ଜୋକ ପରି ଶୋଷୁଛି ଆୟୁଷ
ମିଳେନା ସନ୍ଧାନ ପିୟୂଷର
ସ୍ତବ୍ଧ ଏବେ ବ୍ୟସ୍ତ ରାଜପଥ
ମୃତ୍ୟୁ କହେ “ମତେ ଛୁ”
ଜୀବନ ଏତେ ଅସ୍ତବ୍ୟସ୍ତ!

ପବନରେ ବିଷ
ସ୍ମିତ ହସରେ ଅଛି ଛଳନା
ଅଦୃଶ୍ୟ ଦାନବ ବିଛେଇଛି ଜାଲ
ମୃତ୍ୟୁ କରିଛି ସମସ୍ତଙ୍କୁ ଖେଳନା
ସ୍ପର୍ଶରେ ଅଛି ତାର ମୃତ୍ୟୁର ଚୁମ୍ବନ,
ଦୂରତ୍ୱ ଚାହେଁ…
ବ୍ୟବଧାନ ଆକାଶ ଆଉ ପୃଥିବୀର
ଚାହେଁ ଜୀବନ,
ଆବଦ୍ଧ ନିର୍ବାସନ!

ଅଭିଶପ୍ତ କରି
ସାଜିବାକୁ ଚାହେଁ ଅହଲ୍ୟା
ଚାହେଁ ନା ସ୍ପର୍ଶ
ଚାହେଁନା ଭେଟିବାକୁ ଭୁଲରେ ବି
ପୁଣି ନାହିଁ ପ୍ରତୀକ୍ଷାର ତୀବ୍ରତା
ଅସ୍ପୃଶ୍ୟ ହେବାକୁ ଚାହେଁ ବିଶ୍ୱ
ଭୁଲି ସମ୍ଭ୍ରାନ୍ତପଣର ମୁଖା
ସୁରକ୍ଷା ବଳୟ ଟାଣିବାକୁ ଚହେଂ
ତ୍ରେତୟାର ଲକ୍ଷ୍ମଣ ରେଖା!

ଅସାଧାରଣ ଏ ସମୟରେ
ଦୂରତ୍ୱର ଲଢ଼େଇ ହେବ
‘ଏକତା ହିଁ ବଳ’ଭୁଲି ଯାଇ
ସଭିଁଙ୍କୁ ଏକା ଏକା ଲଢ଼ିବାକୁ ହେବ,
ସଭିଁଙ୍କୁ ଏକା ଏକା ଲଢ଼ିବାକୁ ହେବ ।


Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା… ଭିନ୍ନ ଏକ ଆହ୍ୱାନ (କବିତା)