-ଜସ୍ମିନ ଗିରି
ଆବେଗ କୁ ପ୍ରକାଶ
କରି ପାରୁନଥିବା ମଣିଷ ଟିଏ।
ପାଖକୁ ଆଉଜି ନେଇ
ସ୍ନେହରେ ଚେନାଏ ଭଲପାଇବା
ନେସି ଦେବାର
ନାଇ ଯାର ଅଭ୍ୟାସ।
ବାହାରଟl ଖୁବ୍ ଶକ୍ତ
କାହା ସାମ୍ନାରେ
କେବେ ଆଖିରୁ
ନିଗାଡି ଆସେନି ଲୁହ ଯାର।
ସବୁ ବେଳେ ଚେଷ୍ଟା
କରିବାରେ ସେ ବେସ୍ତ
ସବୁକିଛି କରିପାରିବେ
ଆମ ମାନଙ୍କ ପାଇଁ
ଦରକାର ପଡ଼ିଲେ
ବହି ଆଣି ପାରିବେନି ସିନା
ହନୁମାନ ଭଳି ଗନ୍ଧମାର୍ଦନ ପର୍ବତ।
କିନ୍ତୁ କନ୍ଧ ରେ ବସେଇ
ଚାଲିପାରିବି ମାଇଲ ମାଇଲ ରାସ୍ତା।
ବାପା
ତୁମେ ବି କେବେ କେବେ
ଥକି ପଡ଼ି ବସିପଡ ଆମ ସହ।
ମା ଭଳି ତୁମେ ବି କୁଲେଇ ଧରି
ଆଙ୍କି ଦିଅ ତୁମ ଆବେଗ କୁ
ଆମ ଗାଲରେ।
ଆଉ ତୁମେ କଷ୍ଟ କୁ ଝରାଇ ଦିଅ
ଆମ ସାମ୍ନାରେ।
ବାପା
ଆମେ ସବୁ ମିଶି ଲଢ଼ିବୁ
ତୁମ ହାତରେ ହାତ ମିଶାଇ
ଆଉ ଭୁକ କୁ ଜିତିବୁ
ଖାଲି ଟିକେ ପଛକୁ
ଫେରି ଟ ଦେଖା ବାପା।