।। ଅସ୍ତ୍ର ।। (କବିତା)

ଡଃ.ବାସନ୍ତୀ ମହାନ୍ତି, ଭୁବନେଶ୍ୱର

କେତେ ଆଉ ଭିଜୁଥିଵା ସିଝୁଥିବା
ଦ୍ରୌପଦୀ ମାନଙ୍କ ର ଲୁହ ଓ କୋହରେ ?
ଆସ ଆମେ କରିଦେବା ଆଖିକୁ କାଚ ବୁକୁକୁ ପଥର ।
ଆଉ ଗଡିବ ନାହିଁ ଲୁହ କି ଝରିବ ନାହିଁ କୋହ ।
ସଵୁ ଆକଟ ଅରଗଳି ଡେଇଁ
କଟୁଆଳ ରଟୁଆଳଙ୍କ ବଳୟରୁ ଟାଣି ଆଣି
ଆମେ ଦୁଃଶାସନମାନଙ୍କର ଛାତି ଚିରି ଲହୁ ପିଇଯିବା
କୌରବଙ୍କ ରକ୍ତରେ ଆମେ କେଶ ପଖାଳିବା।
ଆଉ କେତେ କାଳ ଅନ୍ଧଧୃତରାଷ୍ଟ୍ର ମାନଙ୍କ ଜ୍ୱାଳାରେ
ଆମେ ଜଳୁଥିବା ଏନ୍ତୁଡ଼ିଶାଳରୁ ଅନ୍ତ୍ୟେଷ୍ଟି ପର୍ଯ୍ୟନ୍ତ ?
ଅହିଂସକ ବାପୁ ବି ତ କହିଥିଲେ କାନେ କାନେ
ଆମ ନଖ ଓ ଦାନ୍ତରେ ଅଛି ଯଥେଷ୍ଟ ସମର୍ଥପଣ
ଚିରିବାକୁ କାମାନ୍ଧଙ୍କ ଛାତି ଓଟାରି ଆଣିବାକୁ ଜିଭ ।
ଏବେ ଖାଲି ନଖ ଆଉ ଦାନ୍ତ ନୁହେଁ
ଖଣ୍ଡା ଖର୍ପର ଖଡ଼ିକା କରଚୁଲି ବନ୍ଧୁକ କି ବୋମା
ସବୁର ଚାଳନା ଆମେ ଶିଖି ନେବା ।
ରକ୍ଷକ ଭକ୍ଷକ ସବୁ ଏକାକାର ଏଠି
ଲୋଡା ନାହିଁ ଆଉ କାହା ଆହା ଚୁ ଚୁ ।
କୁମ୍ଭୀର ଲୁହରେ ଭିଜା ଦୟା ଅନୁକମ୍ପା
ଆମେ ଠିକ୍ ବୁଝିଲୁଣି /ଆମେ ଏବେ
ଆମ ନିଜ ଅସ୍ତ୍ର ନିଜେହିଁ ଧରିବା
ଜହ୍ଲାଦମାନଙ୍କୁ ଆମେ ଛିନ୍ନାଙ୍ଗ କରିବା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ।। ଅସ୍ତ୍ର  ।। (କବିତା)