–ଜସ୍ମିନ ଗିରି, ଭୁବନେଶ୍ୱର
ସଞ୍ଜ ଆସେ
ଅନ୍ଧାର ନେଇ
ରାତି ଆସେ
ଜହ୍ନକୁ ନେଇ
ମୋ କୁଡିଆ ତଳେ
ଭୋକର ଭୂଗୋଳ
ଘୁରିବୁଲେ ସେ
ମୋ ଶୀତଳ ଚୁଲି ତଳେ।
କିଶ ବା ଦୋଷ ମୋର
ଲକ୍ଡାଉନ୍ ରେ ହାତକୁ ନାହିଁ କାମ ମୋର……
ପେଟକୁ ନାହିଁ ଦାନା ମୋର
ଲକଡାଉନରେ ଶୁନଶାନ୍ ର ରାଜୁତି ଖାଲି ଏଠି
ଘୁରି ବୁଲେ ସେ ସହର ରୁ ଗାଁ
ଗାଁ ରୁ ପୁଣି ଜଙ୍ଗଲ।
ପିଲାଟି ମୋର କୁଡିଆ ଘରେ
ଶୀତଳ ଚୁଲି ପାଖେ
ଭୋକ କୁ ଗିଳେ
କଙ୍କାଳ ସାର ଚେହେରା ତାର
ମନକୁ ମାେର ଖିନ୍ ଭିନ୍ କରେ।