-ଏମ୍ ହିମାଂଶୁ ଆଚାରୀ
ସଂପାଦକ-ଚନ୍ଦନଧାରା
ନବରଙ୍ଗପୁର 
ସ୍ମୃତି ଫରୁଆରେ ସାଇତି ତୋତେ ମୁଁ ସଜେଇଛି ହୃଦ କାନ୍ଥେ
ଦେଇଛୁ କେତେ ତୁ ନେଇଛୁ କେତେ ମୁୁଁ ହିସାବ କରିନି ଏତେ,
ବାନ୍ଧିଥିଲି ଦିନେ ଭାବ ବନ୍ଧନରେ ଭରିଥିଲି ଆଶାକୁମ୍ଭ
ଫେରିବାକୁ ଏବେ ମେଲାଣି ମାଗିଲେ ଭାଙ୍ଗୁଛି ମୋ ମନଦମ୍ଭ ।
ଅନନ୍ତ ଇଚ୍ଛାରର ଅନ୍ତରାଳେ ତୋର ଅୟୁତ ସମୟ ଧାର
ବହିଗଲା ବେଳେ ବନ୍ଧ ମୁଁ ବାନ୍ଧିଛି ବିନ୍ଧିବାକୁ ଲକ୍ଷ୍ୟଶର,
ଆକାଶେ ଉଚ୍ଚର ଆକାଂକ୍ଷା ଆଗରେ ଆଣ୍ଠେଇଛି ଯୋଡ଼ ହସ୍ତେ
ମୂକସାକ୍ଷୀ ପରି ମୋ ପାଶେ ଥାଇ ତୁ ମହକିଛୁୁ ଆସ୍ତେ ଆସ୍ତେ ।
ସମୟ ସୁଅରେ ସ୍ମୃତିମୟ ହେଇ ସରିଛି ତୋ ଆୟୁଃକାଳ
ଫେରିଲା ବେଳେ ତ ଫେରେଇ ପାରୁନି ଫୁଟା ଅଫୁଟାଇ ବେଳ,
ଯାହା ତୁ ଦେଇଛୁ ସାଦରେ ନେଇଛି ମାଗିନି କେବେ ମୁଁ କିଛି
ଅଦୁଷ୍ଟର ସେଇ ଇଙ୍ଗିତ ଆଳରେ ଛଡ଼େଇଛୁ ବି ବାଛି ବାଛି!
ଇାରମାସେ ମୋର ବାର’ଶ ଇଚ୍ଛାକୁ ବରଣ କରିଛି ଖାଲି,
କେବେ ଫଗୁଣର ଛିଟା ବୋଳି ଦେଇ କେବେ ଦେଲୁ ମରୁବାଲି!!