‘ପିଏମ୍ କେୟାର୍‌ସ’ ଫଣ୍ଡ କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପକେଟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ?


(୨୮/୯) ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସାତୋଟି ବ୍ୟାଙ୍କ, ସାତୋଟି ପ୍ରମୁଖ ଅର୍ଥ କାରବାର କରୁଥିବା ସଂସ୍ଥା ଓ ବୀମା କମ୍ପାନୀ ମିଶି ୨୦୪.୭୫ କୋଟି ଟଙ୍କା ତାଙ୍କର କର୍ମଚାରୀଙ୍କ ଦରମାରୁ ‘ପିଏମ୍ କେୟାରସ’ କୁ ଦାନ କରିଥିବା ଜଣାପଡ଼ିଛି ‘ଇଣ୍ଡିଏନ୍ ଏକ୍ସପ୍ରେସ୍‌’ ଜାଣିବାକୁ ପାଇଥିବା ପ୍ରକାଶ କରିଛି । ବିଭିନ୍ନ ବୀମା କମ୍ପାନୀ ମିଶି ସେମାନଙ୍କ ସିଏସ୍‌୍‌ଆରଫଣ୍ଡରୁ ୧୪୪.୫ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ସରକାରଙ୍କ ଦ୍ୱାରା ପରିଚାଳିତ ୧୫ ଟି ବ୍ୟାଙ୍କ ଓ ପ୍ରତିଷ୍ଠାନ ମିଶି ୩୪୯.୨୫ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ଅଧିକାର ବଳରେ ଜାଣିବାକୁ ମିଳିଛି । ହେଲ ଏହି ଫଣ୍ଡକୁ ପରିଚାଳିତ କରୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନରେ ‘ପିଏମ୍ କେୟାରସ’ ଆସୁ ନାହିଁ ବୋଲି କହିଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ‘ପିଏମ୍ କେୟାରସ’ ଫଣ୍ଡ ମାର୍ଚ୍ଚ ୨୮ ତାରିଖ ଦିନ ଆରମ୍ଭ କରାଯାଇଥିଲା ଓ ଏଥିରେ ୩୦୭୬.୬୨ କୋଟି ଟଙ୍କା ମାର୍ଚ୍ଚ ୩୧ ଭିତରେ ଜମା ହୋଇଥିଲା, ସେଇ ଭିତରୁ ୩୦୭୫.୮୫ କୋଟି ଟଙ୍କା ସ୍ୱେଚ୍ଛାଦାନ ବୋଲି ସରକାରଙ୍କ ୱେବସାଇଟରେ ପ୍ରକାଶ କରାଯାଇଛି । ଯଦି ‘ପିଏମ୍ କେୟାରସ’ ଫଣ୍ଡ ସରକାରଙ୍କ ବିଭିନ୍ନ ସଂସ୍ଥାରୁ ଆସି ଜମା ହୋଇଛି ଓ ସେଥିର ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମନା କରୁଛି, ତେବେ ତାହା କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପକେଟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ କି ବୋଲି କେତେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ପିଏମ୍ କେୟାର୍‌ସ’ ଫଣ୍ଡ କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପକେଟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ?