(୦୨/୭) ‘ଜାତୀୟ ଡାକ୍ତର ଦିବସ’ ରେ ଉତ୍ତର ପ୍ରଦେଶର ବିଶିଷ୍ଟ ଡାକ୍ତର କଫିଲ ଖାନଙ୍କୁ ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଲୋକେ ଖୁବ ମନେ କରିଛନ୍ତି । ସେ ଅପହଂଚ ଇଲାକୁ ଯାଇ ସେଠାରେ ବିନା କୌଣସି ଶୁଳ୍କରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ । ୨୦୧୭ ରେ ସେ ଜେବେ ବି ଭାବି ନଥିବେ ଯେ ଶିଶୁମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେ ରାଜ୍ୟକୁ ଲୋକଲୋଚନକୁ ଆଣିବେ ଯାହାଦ୍ୱାରା କି ସେ ଦଣ୍ଡ ଭୋଗିବେ । ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଉତ୍ତର ପ୍ରଦେଶରେ ଅମ୍ଳଜାନ ଅଭାବରେ ଅନେକ ଶିଶୁ ପ୍ରାଣ ହରାଇଥିଲେ, ଯାହାକି ଡାକ୍ତର ଘଟଣା ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ବି ଅମ୍ଳଜାନ ଅଭାବରେ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣାରେ ଡାକ୍ତର କଫିଲ୍ ଖାଁଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ କରିବା ଫଳରେ ସେ ଏବେ ବି ଜେଲରେ ବନ୍ଦୀ ଅଛନ୍ତି ।
‘ଜାତୀୟ ଡାକ୍ତର ଦିବସ’ ରେ ଡାକ୍ତର କଫିଲ ଖାନଙ୍କୁ ଲୋକେ ମନେ ପକେଇଲେ
