ମଦର ଟେରେସାଙ୍କ ଜନ୍ମବାର୍ଷିକୀରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ମରଣ କଲେ


(୨୬/୮) ଭାରତରତ୍ନ ତଥା ନୋବେଲ ପୁରସ୍କାର ବିଜୟିନୀ ମଦର ଟେରେସାଙ୍କ ଆଜି ଜନ୍ମବାର୍ଷିକୀରେ ଦେଶବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସ୍ମୃତି ଚାରଣ କରିଛନ୍ତି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଗତ ମଦରଟେରେସାଙ୍କୁ ସ୍ମରଣ କରି ଏକ ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ତାଙ୍କ ଟ୍ୱିଟର ପେଜରେ ସେଆର୍ କରି ତାଙ୍କ ଉକ୍ତିକୁ ସ୍ମରଣ କରି ଲେଖିଛନ୍ତି-“ଆପଣ ଯୁଆଡ଼େ ବି ଯାଆନ୍ତୁ, ପ୍ରେମର ପ୍ରସାର କରନ୍ତୁ । ଯିଏ ବି ଆପଣଙ୍କ ପାଖକୁ ଆସେ, ସେ ବିନା ଖୁସିରେ ଫେରିବା କଥା ନୁହଁ ।” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ୱର୍ଗତ ମଦରଟେରେସା ଉଦ୍ଦେଶ୍ୟରେ ଲେଖିଛନ୍ତି, ଦୟାର ପ୍ରତୀକ ମଦରଟେରେସା ନିଜର ସାରା ଜୀବନକୁ ରୋଗୀ, ଦୁଃଖୀ ଓ ନିଷ୍ପେସିତଙ୍କ ଲାଗି ଉତ୍ସର୍ଗ କରିଦେଲେ । ଗରିବର ସେବା କରିବାରେ ତାଙ୍କର ଥିବା ପ୍ରତିଜ୍ଞା ଆମକୁ ପ୍ରେରଣା ଯୋଗାଉ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମଦରଟେରେସା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପରିବାକୁ ଦେଖିବାକୁ ଆସିଥିଲେ ଓ ସେହିଦିନ ପ୍ରିୟଙ୍କା ଗାନ୍ଧୀଙ୍କୁ ଜ୍ୱର ହେଉଥାଏ । ସେତେବେଳେ ସେ ପ୍ରିୟଙ୍କାଙ୍କ ହାତକୁ ଧରି କହିଲେ, ‘ଆସ, ମୋ ସାଙ୍ଗରେ କାମ କରିବ’ । ତାହାପରେ ପ୍ରିୟଙ୍କା ଗାନ୍ଧୀ ବହୁ ବର୍ଷ ଧରି ସେହି କାମ କଲେ ଓ ମିଶନାରିଜ୍ ଅଫ୍ ଚାରିଟିଜ୍‌ର ସିଷ୍ଟରମାନଙ୍କ ସହ ଯୋଡ଼ି ହୋଇ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ପ୍ରିୟଙ୍କା ତାଙ୍କ ବାର୍ତ୍ତାରେ ଲେଖିଛନ୍ତି । ଏହାବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ମଦର ଟେରେସାଙ୍କୁ ଆଜି ସ୍ମରଣ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମଦର ଟେରେସାଙ୍କ ଜନ୍ମବାର୍ଷିକୀରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ମରଣ କଲେ