(୧୪/୯) ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଆସିବା ସମୟରେ ସାମ୍ପ୍ରଦାୟିକ ହିଂସାକୁ ଚକ୍ରାନ୍ତ କରିଥିବା ଅଭିଯୋଗରେ ଜେଏନ୍ୟୁର ପୂର୍ବତନ ଛାତ୍ର ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ଉମର ଖାଲିଦଙ୍କୁ ଗତକାଲି ଦିଲ୍ଲୀ ପୋଲିସ୍ ଗିରଫ କରିଥିଲା । ତାଙ୍କ ବିରୁଦ୍ଧରେ ଦେଶଦ୍ରୋହୀ ମାମଲା, ହତ୍ୟା ଓ ହତ୍ୟା ଉଦ୍ୟମ ସମେତ ୧୮ ଟି ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ୍ ପୂର୍ବରୁ ଶ୍ରୀ ଖାଲିଦଙ୍କୁ ପଚରାପଚରି କରିବାକୁ ଅନେକ ଥର ଡାକିଥିଲେ ବି ସେ ଆସ ନ ଥିବାରୁ ଗତ ରାତି ୧୧ ଟାରେ ତାଙ୍କୁ ଥାନାକୁ ଡକାଇ ଗିରଫ କରାଯାଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଥିଲା । ତେବେ ଦେଶର ରାଜଧାନୀ ଦିଲ୍ଲୀରେ ହିଂସା ଯୋଗୁଁ ୫୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଭିତରୁ ୪୦ ଜଣ ମୁସଲିମ ସମ୍ପ୍ରଦାୟର ଥିଲେ ବୋଲି ଜଣାପଡ଼ିଛି । ତେବେ ଏହି ହିଂସା ପାଇଁ ଦିଲ୍ଲୀର ବିଜେପି ନେତା କପିଲ ମିଶ୍ରଙ୍କୁ ଅନେକେ ଦାୟୀ କରୁଥିବାବେଳେ ଉମର ଖାଲିଦଙ୍କୁ ପୋଲିସ ଗିରଫ କରିବା ନେଇ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ।
ଛାତ୍ରନେତା ଉମର ଖାଲିଦଙ୍କ ଗିରଫଦାରିକୁ ନେଇ ପ୍ରବଳ ବିରୋଧ୍ !
