ରୋଗ ବଢା଼ଇବାରେ ସରକାରଙ୍କ ବି ହାତ ରହିଛି ବୋଲି ଲୋକଙ୍କ ସନ୍ଦେହ!


ଆଜି ରାଜ୍ୟରେ ଆହୁରି ୬୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରେ ଗଞ୍ଜାମର ୨୬, ଖୋର୍ଦ୍ଧା ଓ ଯାଜପୁରର ୧୧ ଜଣ ଲେଖାଏଁ, ନୟାଗଡ଼ର ୭, ବଲାଙ୍ଗୀର-ଜଗତସିଂହପୁର ଓ ସମ୍ବଲପୁରର ୨ ଜଣ ଲେଖାଏଁ, କେଉଁଝର ଓ ବରଗଡ଼ର ଜଣେ ଲେଖାଏଁ, ସୋନପୁରର ୪ ଜଣ ଲେଖାଏଁ ରହିଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୧୩ କୁ ପହଂଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪୫୪୦ ହେଲାଣି । ତେବେ ଲୋକଙ୍କୁ ୨୧ ଦିନରେ କରୋନା ଜିତି ଯିବାକୁୁ ଉତ୍ସାହିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଯାଏଁ କେତେ ଦିନରେ ଏହି ଯୁଦ୍ଧକୁ ଜିତିପାରିବେ, ସେ ବାବଦରେ ସେ ନୀରବ ରହୁଥିବାରୁ ତାଙ୍କୁ ଲୋକେ ସମାଲୋଚନା କରିବା ଆରମ୍ଭ କଲେଣି । ରାଜ୍ୟର ନବୀନ ସରକାର ଓ କେନ୍ଦ୍ରର ମୋଦି ସରକାର ଏହି ରୋଗର ନିୟନ୍ତ୍ରଣରେ ଉପଯୁକ୍ତ ପଦକ୍ଷେପ ନ ନେଇ ହଠାତ ଲକ୍ ଡାଉନ ଘୋଷଣା କରିଥିବାରୁ ଆଜି କରୋନା ଭୁତାଣୁର ପ୍ରସାର ଚରମ ସୀମାରେ ପହଂଚି ଗଲାଣି ବୋଲି ଲୋକେ କହିବା ଆରମ୍ଭ କଲେଣି । ବାହାର ଦେଶରୁ ଲୋକଙ୍କୁ ବିମାନ ଯୋଗେ କେନ୍ଦ୍ରର ମୋଦି ସରକାର ଲକ ଡାଉନ ପୂର୍ବରୁ ଆଣିଥିଲେ ବି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ବାଧ୍ୟ କରିବା ପରିବର୍ତ୍ତେ ନିରୀହ ଜନସାଧାରଣଙ୍କୁ ଆଜି ୪୫-୫୦ ଡିଗ୍ରୀର ଖରାରେ କୁଲର ନ ଥିଲେ ବି ସେଠି ୧୪ ଦିନ ରହିବାକୁ ବାଧ୍ୟ କରୁଛନ୍ତି । ଏଥିପାଇଁ ଲୋକେ ସରକାରଙ୍କୁ ମନୋଭାବକୁ ନେଇ ସନ୍ଦେହ ଚକ୍ଷୁରେ ଦେଖୁଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରୋଗ ବଢା଼ଇବାରେ ସରକାରଙ୍କ ବି ହାତ ରହିଛି ବୋଲି ଲୋକଙ୍କ ସନ୍ଦେହ!