(୦୭/୮) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ଗ୍ରାମ ପଂଚାୟତ ସାଗରପାଲି ନିକଟରେ ଥିବା ଚିନି କାରଖାନାକୁ ପାଣି ଯୋଗାଇବାକୁ ଏକ ଜଳ ପ୍ରକଳ୍ପ ହୋଇଥିଲା । ଅନେକ ଦିନ ହେଲା ଏହି ପ୍ରକଳ୍ପଟି ବନ୍ଦ ହୋଇଯିବା ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରକଳ୍ପଟି ବର୍ତ୍ତମାନ ବନ୍ଦ ହୋଇଯାଇଛି । ଏହି ପ୍ରକଳ୍ପଟି ପୁର୍ନବାର କାର୍ଯ୍ୟକ୍ଷମ ହେଲେ ପାଖରେ ଥିବା ଦମକଳ କେନ୍ଦ୍ର, କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ଓ ଆଦିବାସୀ କଲୋନୀରେ ବସବାସ କରୁଥିବା ଲୋକଙ୍କୁ ସୁବିଧାରେ ପାଣି ମିଳି ପାରିବ ବୋଲି ଦେଓଗାଁ ଆଦିବାସୀ କଲ୍ୟାଣ ସଂଘ ସଭାପତି ସୁଦାମ ଚରଣ ଭୋଇଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି ।
ପଡ଼ି ରହିଥିବା ଲକ୍ଷାଧିକ ଟଙ୍କାର ଜଳ ପ୍ରକଳ୍ପକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଦାବୀ !
