(୧୪/୧୦) ଗତ କିଛିଦିନ ତଳେ ଝାରଖଣ୍ଡର ନିଜ ବାସଭବନରୁ କେନ୍ଦ୍ର ସରକାରଙ୍କ ୮୪ ବର୍ଷ ବୟସ ଫାଦ ଷ୍ଟେନ୍ ସ୍ୱାମୀଙ୍କୁ ଏନ୍ଆଇଏର ପୋଲିସ୍ ଗିରଫ କରିଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀଗ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ରାଂଚିରେ ମାନବାଧିକାର କର୍ମୀମାନେ ଏକ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି । ମହାରାଷ୍ଟ୍ରର ନକ୍ସଲମାନଙ୍କ ସହ ମିଶି କୋରେଗାଓଁରେ ଏକ କାଣ୍ଡ ଭିଆଇଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । କିନ୍ତୁ ଫାଦର ଷ୍ଟେନ୍ ସ୍ୱାମୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେ କେବେ ମୁମ୍ବେ ବି ଯାଇ ନାହାନ୍ତି କିନ୍ତୁ ତାଙ୍କ କମ୍ପ୍ୟୁଟରକୁ ଅଧିକାରୀମାନେ ତନଖି କରି ଘଟଣା ସମ୍ପର୍କରେ ଅନେକ ତଥ୍ୟ ପାଇଥିବା ପ୍ରକାଶ କରିଛନ୍ତି, ଯାହାକୁ କି ଫାଦର ସ୍ୱାମୀଙ୍କୁ ସ୍ୱୀକାର କରିବାକୁ ବାଧ୍ୟ କରୁଥିବା ସେ ସେଥିରେ ଦର୍ଶାଇଛନ୍ତି । ଫାଦର ସ୍ୱାମୀ ସେ ମୂଳତଃ କେରଳର ବାସିନ୍ଦା, କିନ୍ତୁ ୬୦ ଦଶକରେ ସେ ଝାରଖଣ୍ଡକୁ ଆସି ସେଠି ଆଦିବାସୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସେମାନଙ୍କ ପାଇଁ ଅତ୍ୟାଚାର ବିରୁଦ୍ଧରେ ସେ ଛିଡ଼ା ହୋଇଥିଲେ । ସେହି ଦିନରୁ ସେ ସେମାନଙ୍କ ଦୁଃଖସୁଖର ସାଥୀ ଭାବରେ ସେଠାରେ ଏଯାଏଁ ରହି ଆସୁଛନ୍ତି । ଝାରଖଣ୍ଡ ସରକାର ଏହି କରୋନା ମହାମାରୀ ସମୟରେ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିକୁ ବାହାରକୁ ନ ବାହାରିବା ପାଇଁ ଆଦେଶ ଦେଇଥିବାବେଳେ ଏକ ୮୪ ବର୍ଷ ବୟସ୍କ ବ୍ୟକ୍ତିକୁ ଜୁଲାଇ ଓ ଅଗଷ୍ଟ ମାସ ଭିତରେ ଦୀର୍ଘ ପାଂଚ ଦିନଯାଏଁ ତୁହାକୁ ତୁହା ଜେରା କରିବା ଓ ଏହି ମାସ ୯ ତାରିଖ ଦିନ ଗିରଫ କରିବା ଘଟଣାକୁ ଲୋକେ ନାପସନ୍ଦ କରିଛନ୍ତି । ଏକ ୮୪ ବର୍ଷ ବୟସ୍କ ମାନବାଧିକାର କର୍ମୀକୁ କେନ୍ଦ୍ର ସରକାରଙ୍କ ଏକ ତଦନ୍ତ ଏଜେନ୍ସି ଗିରଫ କରି ଦେଶକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆପତ୍ତି ଉଠାଇଛନ୍ତି । ଯେଉଁ ବ୍ୟକ୍ତି କି ବିନା ଶ୍ରବଣଯନ୍ତ୍ରରେ ଶୁଣି ବି ପାରନ୍ତିନି, ସେପରି ଲୋକକୁ ଗିରଫ କରି ସରକାର କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଫାଦର ଷ୍ଟେନ ସ୍ୱାମୀଙ୍କ ଗିରଫକୁ ନେଇ ‘ଅଖିଳ ଭାରତୀୟ ସଂଖ୍ୟାଲଘୁ ସାମ୍ମୁଖ୍ୟ’ ଏହାକୁ ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ଏଥିରେ ଉଲ୍ଲେଖ ଅଛି ଯେ, ୮୪ ବର୍ଷ ବୟସ୍କ ଫାଦର ଷ୍ଟେନ ସ୍ୱାମୀଙ୍କୁ ଷଡ଼ଯନ୍ତ୍ର କରି ବେଆଇନ୍ ଭାବରେ ଗିରଫ ଘଟଣା ଯୋଗୁଁ ଝାରଖଣ୍ଡ ସମେତ ପୁରା ଦେଶ ମର୍ମାହତ । ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଫାଦର ଷ୍ଟେନ ସ୍ୱାମୀଙ୍କୁ ପୋଲିସ୍ କବଳରୁ ଛାଡ଼ି ଦେବାକୁ ଆଦେଶ ଦେବାକୁ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି ।
୮୪ ବର୍ଷ ବୟସ୍କ ଝାରଖଣ୍ଡର ମାନବାଧିକାର କର୍ମୀ ଫାଦର ଷ୍ଟେନ୍ ସ୍ୱାମୀଙ୍କୁ ମୁକ୍ତ କରିବାକୁ ବିଭିନ୍ନ ମହଲର ଦାବୀ !
