ସୈନିକମାନଙ୍କର ପେନସନ୍ କମିବ : ୫୦୦୦୦ ରୁ ଏବେ ପାଇବେ ମାସିକ ମାତ୍ର ୨୫୦୦୦ ଟଙ୍କା !


(୦୬/୧୧) ଦେଶର ସୈନିକମାନଙ୍କ ପାଇଁ ଚିତ୍କାର କରୁଥିବା ସରକାର ଏବେ ସୈନିକମାନଙ୍କର ପେନସନ୍ ଉପରେ ମଧ୍ୟ ଆଖି ପକାଇଥିବା ଜାଣିବାକୁ ମିଳିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୂର୍ଯେୱାଲାଙ୍କ ଅନୁଯାୟୀ, କେବଳ ୩୫ ବର୍ଷରୁ ଅଧିକ ସମୟ ସେବା ଦେଇଥିବା ସୈନିକମାନଙ୍କୁ ପୁରା ପେନସନ୍ ମିଳିବ । କିନ୍ତୁ ସେନା ବାହିନୀର ୯୦ % ଅଧିକାରୀ ତ ୩୫ ବର୍ଷ ପୂର୍ବରୁ ଅବସର ନେଇ ଯାଇଥାନ୍ତି । ଜୁନ ୨୦୧୯ ରେ ମିଳିଥିବା ତଥ୍ୟ ମୁତାବକ ସ୍ଥଳସେନାରେ ୭୩୯୯, ନୌସେନାରେ ୧୫୪୫ ଓ ବାୟୁସେନାରେ ୪୮୩ ଜଣ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି । ସେନାବାହିନୀର ମନୋବଳ ଭାଙ୍ଗିବା ଉଦ୍ଦେଶ୍ୟରେ ମୋଦୀ ସରକାର ଯେଭଳି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି, ଏହା ଫଳରେ ଦେଶର ଯୁବାବର୍ଗ ଏହି ବିଭାଗରେ ଯୋଗ ଦେବାକୁ ଆଉ ବେଶି ଆଗ୍ରହ ପ୍ରକାଶ କରିବେ ନାହିଁ ଓ ଏହାଦ୍ୱାରା ଦେଶର କ୍ଷତି ହେବ ବୋଲି ଶ୍ରୀ ସୂର୍ଯେୱାଲା ଅଭିଯୋଗ କରିଛନ୍ତି । ଯଦି ପ୍ରକୃତରେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଲାଗୁ ହୋଇଯାଏ, ତେବେ ସୈନ୍ୟବାହିନୀର ୬୫% ଅଫିସର ଅନ୍ୟ ବିଭାଗରେ ଯୋଗ ଦେବାର ବିକଳ୍ପ ଶେଷ ହୋଇଯିବ ବୋଲି ସେ ଅଭିଯୋଗ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସୈନିକମାନଙ୍କର ପେନସନ୍ କମିବ : ୫୦୦୦୦ ରୁ ଏବେ ପାଇବେ ମାସିକ ମାତ୍ର ୨୫୦୦୦ ଟଙ୍କା !