(୦୩/୮) ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ହତ୍ୟା ଘଟଣାରେ ପାଟଣାର ଏସ୍ପି ବିନୟ ତିୱାରୀ ମୁମ୍ବେକୁ ତଦନ୍ତ ପାଇଁ ଏକ ପୋଲିସ୍ ଟିମ ସହ ଯାଇଥିବାବେଳେ ତାଙ୍କୁ ସେଠାରେ ବଳପୂର୍ବକ କ୍ୱାରେଣ୍ଟାଇନରେ ରଖାଯାଇଥିବା ବିହାର ପୋଲିସ୍୍ ମହାନିର୍ଦ୍ଦେଶକ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏସ୍ପିଙ୍କୁ ସେଠାରେ ଅଗଷ୍ଟ ୧୫ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ କେଶର ତଦନ୍ତ କରୁଥିବା ଡିସିପି ଅଭିଷେକ ତ୍ରିମୁଖଙ୍କୁ ସୋମବାର ଦିନ ଭେଟିବାର କାର୍ଯ୍ୟକ୍ରମ ଥିଲା । ତେବେ ବିହାର ଡିଜିପି ମହାରାଷ୍ଟ୍ର ଡିଜିପିଙ୍କ ସହ ଏ ବିଷୟରେ କଥା ହେବେ ବୋଲି ଜଣାପଡ଼ିଛି । ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଏସ୍ପିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରିବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । ତେବେ ଅବସର ଆଇପିଏସ୍୍ ଅଧିକାରୀ ତଥା ବିଏସ୍ଏଫ୍ ଓ ସିଆରପିଏଫ୍ରେ ଏଡିଜି ରହିଥିବା ଡକ୍ଟର ଏନ୍ ସି ଅସ୍ଥାନା ଟ୍ୱିଟ କରି କହିଛନ୍ତି ଯେ, ମୁମ୍ବେ ଓ ବିହାରର ପୋଲିସ୍୍ ମଧ୍ୟରେ ଏବେ ଯେଉଁ ଟଣାଓଟରା ଚାଲିଛ. ଏଥିରୁ ଜଣାପଡ଼ୁଛି ଯେ, ଉଭୟ ପୋଲିସ୍ର ଅପରାଧିକ ମାମଲା ନିମନ୍ତେ ଥିବା ନିୟମାବଳୀ ଉପରେ ବିଶେଷ ଦକ୍ଷତା ନାହିଁ । ଯେଉଁ ଦେଶରେ ପୋଲିସ୍ ନିଜେ ଦେଶର ଆଇନ୍କୁ ଜାଣି ନାହିଁ, ସେପରି ପୋଲିସଠାରୁ ଲୋକେ କି ନ୍ୟାୟ ଆଶା କରିବେ? ଅଜ୍ଞାନୀ ଲୋକେ ଦଣ୍ଡିତ ନହେଲେ ଏପରି ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।
ପାଟନା ଏସପି ବିନୟ ତିୱାରୀଙ୍କୁ ମୁମ୍ବେ ପୋଲିସ୍ କ୍ୱାରେଣ୍ଟାଇନରେ ରଖିଲା !
