ପଞ୍ଜାବରେ ଖ୍ରୀଷ୍ଟିୟାନ ପାଦ୍ରୀଙ୍କୁୁ ହତ୍ୟା, ଏଥିରେ ସାମ୍ପ୍ରଦାୟିକ ଶକ୍ତିର ହାତ ନୁହେଁ ତ?


(୨୮/୭) ପଞ୍ଜାବର ଫିରୋଜପୁରଠାରେ ପାଦ୍ରୀ ଭାବେ କାର୍ଯ୍ୟ କରୁଥିବା ପାଷ୍ଟର ବଲୱିନ୍ଦର ବଗିଚା ନିଜ ପ୍ରଚାର କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କିଛି ଲୋକ ଧାରୁଆ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ‘ଅଲ୍ ଇଣ୍ଡିଆ ଖ୍ରୀଷ୍ଟିୟାନ ମାଏନରିଟି ଫ୍ରଣ୍ଟ’ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପାଦ୍ରୀମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରାଯାଉଛି । କିନ୍ତୁ ଯେଭଳି ଭାବେ ଏହି ପ୍ରକ୍ରିୟା ଚାଲୁ ରହିଛି, ସେଥିରେ ନିଶ୍ଚିତ ଭାବେ କୌଣସି ସାମ୍ପ୍ରଦାୟିକ ଶକ୍ତିର ଅଦୃଶ୍ୟ ହାତ ଥିବା ବିଷୟକୁ ଏଡ଼ାଇ ଦିଆଯାଇ ନ ପାରେ । ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଜଣେ ପାଦ୍ରୀଙ୍କୁ ଡାକି ନେଇ ମାଓବାଦୀମାନଙ୍କ ଶୈଳୀରେ ଗୁଳି କରି ହତ୍ୟା କରାଯାଇଥିବା ଖବର ଆସିଛି । ତେବେ ଲୋକେ ଯେପରି ତାହା ଜାଣି ନ ପାରିବେ, ସେଥିପାଇଁ ଏବେ ସାମ୍ପ୍ରଦାୟିକ ଶକ୍ତିରେ ବିଶ୍ୱାସ କରୁଥିବା ଲୋକେ ଏପରି ନୁଆ ନୂଆ ଶୈଳୀରେ ପାଦ୍ରୀମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି ବୋଲି ଦିନକୁ ଦିନ ସନ୍ଦେହ ହେବାରେ ଲାଗିଛି । ଏଣୁ ସରକାର ଏହାର ଉପଯୁକ୍ତ ତଦନ୍ତ କରି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପଞ୍ଜାବରେ ଖ୍ରୀଷ୍ଟିୟାନ ପାଦ୍ରୀଙ୍କୁୁ ହତ୍ୟା, ଏଥିରେ ସାମ୍ପ୍ରଦାୟିକ ଶକ୍ତିର ହାତ ନୁହେଁ ତ?