Skip to content
(୩୦/୧୧) ନିକଟରେ କିଛି ଦିନ ହେଲା ନୟାଗଡ଼ର ନାବାଳିକା ‘ପରୀ’ ହତ୍ୟା ମାମଲାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ ଚାଲିଥିବାବେଳେ ଘଟଣାର ଯାଂଚ କ୍ରାଇମ ବ୍ରାଂଚ ଦ୍ୱାରା କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ବି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ରାଜ୍ୟସାରା ପ୍ରତିବାଦ ଦେଖିବାକୁ ମିଳୁଛି । ନାବାଳିକା ‘ପରୀ’ର ଗୁରୁତ୍ୱପୂର୍ଣ୍ଣ ଅଂଗକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଜଣେ ସମ୍ପର୍କୀୟ ଛୁଆଠାରେ ଅସ୍ତ୍ରୋପଚାର କରି ରୋପଣ କରାଯିବାକୁ ତାଙ୍କୁ ହତ୍ୟା କରାଯାଇଥିବା କେତେକ କହୁଥିବାରୁ ସେହି ସମ୍ପର୍କୀୟ ଛୁଆଟି ଯଦି ପ୍ରକୃତରେ କୌଣସି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି, ତେବେ ସେହି ଡାକ୍ତରଖାନାକୁ ସିଲ୍ କରିବାକୁ ଲୋକେ ଦାବି କଲେଣି । ତେବେ ନାବାଳିକାଟିର ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ମଧ୍ୟ ଦାବି ଉଠିଲାଣି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଆସାମୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ କଂଗ୍ରେସର ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଘଟଣାକୁ ଗୁରୁତର ଭାବେ ନେବାକୁ ସେ ସରକାରଙ୍କଠାରେ ଦାବି କରିଛନ୍ତି ।
Advertisement