ଚୀନରେ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ଯିଏ କହିବ, ସେ ଦଣ୍ଡ ପାଇବ!
ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବାବେଳେ ଚୀନ ସରକାର ଏକ ନୂଆ ଅଧ୍ୟାଦେଶ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ କି ଯିଏ ବି ଚୀନରେ କମ୍ୟୁନିଷ୍ଟ ପାର୍ଟି ବିରୋଧରେ କିଛି କହିବ, ତାକୁ ଦଶା ଭୋଗିବାକୁ ପଡ଼ିବ । ଏହାଦ୍ୱାରା କେହି ବି ଚୀନରେ କ୍ଷମତା ହାସଲ କରି ପାରିବ ନାହିଁ କି ବୈଦେଶୀକ ହସ୍ତକ୍ଷେପ ବି ଗ୍ରହଣ କରାଯିବ ନାହିଁ । ଏହି ଅଧ୍ୟାଦେଶକୁ ବିରୋଧ କରି ହଂକଂରେ କିଛି ଲୋକ ଚୀନର କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଆଡ଼କୁ ଏକ ରାଲିରେ ବାହାରିଥିବାବେଳେ ପୋଲିସ୍ ସେମାନଙ୍କ ଉପରେ ବଳ ପ୍ରୟୋଗ କରି ଅଟକାଇଥିଲା । ଚୀନର ଜଣେ ଆଇନ ନିର୍ମାତାଙ୍କ କହିବାନୁସାରେ, ଯେକୌଣସି ସଂଗଠନ ବି କମ୍ୟୁନିଷ୍ଟ ଦଳ ବିରୋଧରେ ପାଟି ଖୋଲିବାକୁ ସାହସ କରେ, ତା ଉପରେ କଟକଣା ଲଗାଇବାକୁ ସରକାର ଏକ ଅଧ୍ୟାଦେଶ ପ୍ରସ୍ତୁତ କରୁଛନ୍ତି ।