(୦୯/୯) ଦେଶରେ ନା ତ ୬ ମାସର ଛୁଆ ସୁରକ୍ଷିତ ଅଛି, ନା ତ ୯୦ ବର୍ଷର ବୃଦ୍ଧା ସୁରକ୍ଷିତ ଅଛି । ଏକ ହୃଦୟ ବିଦାରକ ଘଟଣା କ୍ରମରେ ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ ୩୩ ବର୍ଷର ଜଣେ ଯୁବକ ବଳପୂର୍ବକ ଉଠାଇ ନେଇ ତା ସହିତ ନିର୍ଦ୍ଦୟ ଭାବରେ ମାଡ଼ପିଟ କରିବା ସହ ବାରମ୍ବାର ଦୁଷ୍ମର୍ମ କରିଥିବା ଏକ ଘଟଣା ଦିଲ୍ଲୀ ମହିଳା ଆୟୋଗଙ୍କ ସାମ୍ନାକୁ ଆସିଛି । ବୃଦ୍ଧା ଜଣକ ତାଙ୍କୁ ଛାଡ଼ି ଦେବାକୁ ଯୁବକକୁ ବ୍ୟାକୁଳ ହୋଇ ଯେତେ ଗୁହାରି କଲେ ବି ସେ ଶୁଣିଲାନି ବୋଲି ଜଣା ପଡ଼ିଛି । ଘଟଣା ସମ୍ପର୍କରେ ଏଫ୍ଆଇଆର୍ ରୁଜୁ ହୋଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ପ୍ରକାଶ କରିଛନ୍ତି । ଶ୍ରୀମତୀ ମାଲିୱାଲ ଆହୁରି କହିଛନ୍ତି ଯେ, ଆଜି ସେ ଦିଲ୍ଲୀ ରାଜ୍ୟପାଳ ଓ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ଏହି ମାମଲାର ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ୬ ମାସ ଭିତରେ ଯେମିତି ଫାଶୀ ହୋଇ ପାରିବ ସେଥିପାଇଁ ସେ ଅନୁରୋଧ କରିବେ ବୋଲି ଏଏନ୍ଆଇ ସୂତ୍ରରୁ ଜଣାପଡ଼ିଛି ।
ଆଉ ଏକ ଲଜ୍ଜା : ଦିଲ୍ଲୀରେ ୯୦ ବର୍ଷର ବୃଦ୍ଧାକୁ ୩୩ ବର୍ଷର ଯୁବକର ବଳପୂର୍ବକ ଦୁଷ୍କର୍ମ ଓ ମାଡ଼ପିଟ !
