(୦୧/୧୦) ଦୁଇଦିନ ତଳେ ଉତ୍ତରପ୍ରଦେଶର ହାଥରସ୍ର ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଦେଶସାରା ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅନେକ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଲୋକେ ଭେଟିବାକୁ ଚାହୁଁଛନ୍ତି । ତେବେ କଂଗ୍ରେସ ଉପ-ସଭାପତି ରାହୁଳ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଯିବା ସମୟରେ ସେମାନଙ୍କୁ ୧୪୪ ଧାରା ଲାଗିଛି ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ଉତ୍ତରପ୍ରଦେଶ ପୋଲିସ ବାରଣ କରିବାରୁ ସେ ଓ ପ୍ରିୟଙ୍କା ଗାନ୍ଧୀ ଦୁହେଁ କେବଳ ଯିବେ ବୋଲି ଅନୁରୋଧ କରିବା ପରେ ମଧ୍ୟ ସେମାନଙ୍କୁ ପୋଲିସ ଛାଡ଼ି ନଥିଲା । ଫଳରେ ବାଧ୍ୟ ହୋଇ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିଜ ସମର୍ଥକଙ୍କ ସହ ଚାଲି ଚାଲି କିଛି ବାଟ ଯିବା ପରେ ରାସ୍ତାରେ ପୋଲିସ ସେମାନଙ୍କୁ ଗିରଫ କରି ନେଲା । କେବଳ ସେତିକି ନୁହେଁ ରାହୁଳ ଗାନ୍ଧୀଙ୍କୁ ଜଣେ ପୋଲିସ୍ ଅଧିକାରୀ ଟଣାଓଟରା କରିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହଁ, ଟଣାଓଟରା ଯୋଗୁଁ ସେ ପଡ଼ି ଯାଇଥିବା ଓ ତାଙ୍କୁ ସୁରକ୍ଷା କର୍ମୀମାନେ ଉଠାଉ ଥିବା ମଧ୍ୟ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ପୋଲିସର ଏ କାର୍ଯ୍ୟ ପାଇଁ ସବୁ ସ୍ତରରେ ନିନ୍ଦା କରାଯାଇଛି । ଏହାକୁ ଲୋକେ ଉତ୍ତରପ୍ରଦେଶ ସରକାରର ଏକଛତ୍ରବାଦ ଶାସନର ନମୁନା ବୋଲି ତୁଳନା କରିଛନ୍ତି । ଗଣତନ୍ତ୍ରରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଏକ ପ୍ରମୁଖ ରାଜନୈତିକ ଦଳର ସର୍ବୋଚ୍ଚ ନେତାଙ୍କୁ ଦେଶର ଜଣେ ସରକାରୀ ଅଧିକାରୀ ଏପରି ଦୁର୍ବ୍ୟବହାର ଦେଖାଇବା ସବୁ ମହଲରେ ନିନ୍ଦା କରାଯିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଯୋଗୀଙ୍କୁ ସମାଲୋଚନା କରିଛନ୍ତି ।
ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଯିବା ରାସ୍ତାରେ ରାହୁଳ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୋଲିସର ଟଣାଓଟରା !
