(୨୫/୯) କିଷାନ ମଜଦୂର ବଞ୍ଚାଓ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରି ଧାରଣା ଦିଆଯାଇଛି।ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମୁନ୍ନା ତ୍ରିପାଠୀ ଙ୍କ ନେତୃତ୍ବରେ ଚାଷୀ ମରଣ ଓ ଚାଷୀ ଆତ୍ମହତ୍ୟା କାରୀ ଭାରତୀୟ କେନ୍ଦ୍ର ମୋଦି ସରକାର ଙ୍କ ସଂସଦୀୟ ବିଧେୟକକୁ ବିରୋଧ କରିଏହି ଧାରଣା ଆୟୋଜିତ କରାଯାଇଛି। ସଂସଦରେ ଏହି କୃଷି ସଂସଦୀୟ ବିଲ ପାରିତ ହେବା ଫଳରେ ବହୁ ଚାଷୀ ଙ୍କ କ୍ଷତି ହେବା କଥା ସେ କହିଛନ୍ତି।ଗୋଟିଏ ଚାଷୀ ନିୟମାନୁସାରେ ମଣ୍ଡି ରେ ଧାନ ବିକ୍ରି କରିବାକୁ ମାସ ମାସ ଲାଗୁଥିବା ବେଳେ ଜଣେ ବେପାରୀ କିପରି ଗୋଟିଏ ଦିନରେ ଧାନ ବିକ୍ରି କରି ପାରୁଛି ବୋଲି ସରକାର ଙ୍କୁ ଆକ୍ରମଣ କରିଛନ୍ତି।ଯଦି ଏଭଳି ଅନେକ ଚାଷୀ ମାରଣ ନୀତି କୁ ବନ୍ଦ କରାଯାଉ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ରତର କରିବା ସହ ଘରେ ଘରେ ଯାଇ ଚାଷୀଙ୍କୁ ସରକାର ଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଇବୁ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଧମକ ଦେଇଛନ୍ତି। ଏହି ଧାରଣା ରେ ମୁନ୍ନା ତ୍ରିପାଠୀ ଙ୍କ ସହ ଜିଲ୍ଲା କୃଷକ ସଭାପତି ବୃନ୍ଦାବନ ତ୍ରିପାଠୀ,ସୁବାସ ଘୋଷ, ସତ୍ୟ ନାରାୟଣ ତ୍ରିପାଠୀ, ଅବଦୁଲ ଫିରୋଜ,ସୁମିତ ପୂଜାରୀ,ଅଖିଳ ଭତ୍ରା ଭଳି ବହୁ କଂଗ୍ରେସ ନେତା ଓ ଚାଷୀ ଯୋଗଦେଇଥିଲେ।(ରିପୋର୍ଟ-ବାବୁଲି ଗଣ୍ଡ)
କେନ୍ଦ୍ର ସରକାରଙ୍କ ସଂସଦୀୟ ବିଧେୟକକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଧାରଣା।
