ଭ୍ରଷ୍ଟାଚାର ଅଭିଯୋଗରେ ଶପଥ ନେବାର ତିନି ଦିନ ପରେ ବିହାର ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା !


(୧୯/୧୧) ବିହାରର ନିତିଶ କୁମାର ସରକାରରେ ନୂତନ ଭାବେ ତିନି ଦିନ ତଳେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ମେୱାଲାଲ ଚୌଧୁରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ନୂତନ ସରକାରର ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ନିତିଶ ସରକାର ଉପରେ ଭ୍ରଷ୍ଟାଚାରକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରବଳ ଆକ୍ରମଣ ହେଉଥିଲା । ନିତିଶ କୁମାର ଭ୍ରଷ୍ଟାଚାର ଅଭିଯୋଗ ହେଉଥିବା ମେୱାଲାଲ ଚୌଧୁରୀଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ । ତେବେ ସେ ଆଜି ଇସ୍ତଫା ଦେଇଥିବା ଖବର ମିଳିଛି । ତେବେ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟର ବିରୋଧୀ ଦଳ ଅଧିକ ଉତ୍ସାହିତ ହୋଇ ନିତିଶ କୁମାରଙ୍କୁ ଟାର୍ଗେଟ କରିଛି । ବିରୋଧୀ ଦଳ ନେତା ତେ୍‌ଜସ୍ୱୀ ଯାଦବ କହିଛନ୍ତି, ଯେ, ନିତିଶ କୁମାର ଏବେ ଉପଯୁକ୍ତ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ସେଥିପାଇଁ ଭ୍ରଷ୍ଟାଚାର ଅଭିଯୋଗ ଉଠୁଥିବା ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ଦେଇଥିଲେ, ଯାହା ଫଳରେ ତାଙ୍କୁ ଏବେ ଇସ୍ତଫା ଦେବାକୁ ପଡ଼ିଛି । ସୂଚନାନୁଯାୟୀ ଭାଗଲପୁର କୃଷି ବିଶ୍ୱ ବିଦ୍ୟାଳୟରେ କୁଳପତି ଥିବା ସମୟରେ ସେଠାରେ ସହକାରୀ ପ୍ରାଧ୍ୟାପକ ଓ କନିଷ୍ଠ ବୈଜ୍ଞାନିକ ପଦବୀରେ ନିଯୁକ୍ତି ସମୟରେ ଭ୍ରଷ୍ଟାଚାର ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହିପରି ଜଣେ ନେତାଙ୍କୁ ମନ୍ତ୍ରୀ ପଦବୀ ଦେବା ଦ୍ୱାରା ନିତିଶ ସରକାରଙ୍କ ଉପରେ ପ୍ରବଳ ଆକ୍ରମଣ ହୋଇଥିଲା । ରୋଚକ କଥା ଏହା ଯେ, ୨୦୧୭ ରେ ଏହି ଅଭିଯୋଗ ପରେ ଶ୍ରୀ ଚୌଧୁରୀଙ୍କୁ ଜେଡିୟୁ ପାର୍ଟି ନିଲମ୍ବିତ କରିଥିଲା, ହେଲେ ପରେ ତାଙ୍କୁ ପୁଣି ପାର୍ଟିରେ ମିଶା ଯାଇଥିଲା । ତେବେ ସେତେବେଳର ବିରୋଧୀ ଭାରତୀୟ ଜନତା ପାର୍ଟି ଶ୍ରୀ ଚୌଧୁରୀଙ୍କ ଗିରଫ ଦାବି କରିଥିଲା ଓ ସେତେବେଳେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟରେ ରାଜ୍ୟପାଳ ଥିଲେ । ରାଜ୍ୟପାଳ ତାଙ୍କ କ୍ଷମତା ବଳରେ ଶ୍ରୀ ଚୌଧୁରୀଙ୍କ ବିରୁଦ୍ଧରେ ଅପରାଧୀ ମାମଲା ଦାୟର କରିବାକୁ ସ୍ୱୀକୃତି ଦେଇଥିଲେ, ହେଲେ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇ ନଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଭ୍ରଷ୍ଟାଚାର ଅଭିଯୋଗରେ ଶପଥ ନେବାର ତିନି ଦିନ ପରେ ବିହାର ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା !