(୨୮/୧୦) କରୋନା ମହାମାରୀ ସମୟରେ ବିଭିନ୍ନ ବୈଠକ ତଥା ସଂସଦ ଓ ବିଧାନସଭାର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁ ଥିବାବେଳେ କିଛି ଦିନ ପୂର୍ବରୁ ରାଜ୍ୟର ବିଧାନସଭା ଅଧିବେଶନ ବସିଥିଲା । ତେବେ ଶୀତକାଳୀନ ଅଧିବେଶନ ବସିବା ନେଇ ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ପୂର୍ବରୁ ବିଧାନସଭାର ଅଧିବେଶନ ବୋଲି ସୂଚନା ଦିଆ ଯାଇଥିବାବେଳେ ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବ । ତେବେ ୩ ୟ ଓ ୪ ର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ତେବେ ଏହି ଅଧିବେଶନରେ କୃଷି ବିଲ ଓ ଅନ୍ୟାନ୍ୟ କେତେକ ବିଷୟକୁ ନେଇ ବିଧାନସଭାରେ ଏଥର ତୁମ୍ବି ତୋଫାନ ହୋଇପାରେ ବୋଲି ତଥ୍ୟାଭିଜ୍ଞ ମହଲର ଅନୁମାନ ।
ଡିସେମ୍ବର ୩୧ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ବସିବ ବୋଲି ସୂଚନା ଦେଲେ ବାଚସ୍ପତି !
