ଆଜି ରାଜ୍ୟରେ ୩୨୩୫ ନୂଆ କରୋନା ମାମଲା ଚିହ୍ନଟ, ଅକ୍ଟୋବର ୨ ସୁଦ୍ଧା ୫୦,୦୦୦ ଏକ୍ଟିଭ୍ ମାମଲା ହେବା ସମ୍ଭାବନା !


(୨୮/୯) ଆଜି ରାଜ୍ୟରେ ୩୨୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ମୋଟ ମାମଲା ସଂଖ୍ୟା ୨,୧୨,୬୦୯ ହୋଇଛି । ଏ ଭିତରୁ ୧,୭୩,୫୭୧ ଜଣ ଭଲ ହୋଇ ଯାଇଥିବାବେଳେ ୩୮,୧୭୨ ଜଣ ଏବେ ବି ଚିକିତ୍ସାଧୀନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ତେବେ ରାଜ୍ୟରେ ଯେଭଳି ନୂଆ ମାମଲା ସାମ୍ନାକୁ ଆସୁଛି, ତାହାକୁ ଅନୁଧ୍ୟାନ କଲେ ରାଜ୍ୟରେ ଏକ୍ଟିଭ ମାମଲା ଅକ୍ଟୋବର ୨ ସୁଦ୍ଧା ୫୦,୦୦୦ କୁ ଟପିଯିବା ସମ୍ଭାବନା ରହିଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୫୦୬, କଟକର ୩୧୮, ଅନୁଗୁଳର ୧୭୯, ବରଗଡ଼ର ୧୩୭, ନବରଙ୍ଗପୁରର ୧୨୪, ସମ୍ବଲପୁରର ୧୨୦, ମୟୁରଭଞ୍ଜର ୧୧୮, ଯାଜପୁରର ୧୧୦, ନୂଆପଡ଼ାର ୧୦୬, କେନ୍ଦ୍ରାପଡ଼ାର ୧୦୩, ବଲାଙ୍ଗୀର-ରାୟଗଡ଼ା-ସୁ୍‌ନ୍ଦରଗଡ଼ର ୧୦୧ ଲେଖାଏଁ, ବାଲେଶ୍ୱରର ୧୦୦ ହୋଇଥିବାବେଳେ ଭଦ୍ରକର ୬୭, ବୌଦ୍ଧ ଓ କଳାହାଣ୍ଡିର ୪୨ ଲେଖାଏଁ, ଦେବଗଡ଼ର ୧୨, ଢେଙ୍କାନାଳରର ୬୯, ଗଜପତିର ୩୧, ଗଞ୍ଜାମର ୨୮, ଜଗତସିଂହପୁରର ୮୬, ଝାରସୁଗୁଡ଼ାର ୭୧, କନ୍ଧମାଳର ୬୨, କେନ୍ଦୁଝରର ୫୯, ମାଲକାନଗିରିର ୨୧, ନୟାଗଡ଼ର ୪୩, ପୁରୀର ୭୯ ଓ ସୋନପୁରର ୬୫ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ତେବେ ୧୪୮ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ସେହିପରି ଆଜି ଦେଶରେ ୮୨,୧୭୦ ଟି ନୂଆ ମାମଲା ଚିିହ୍ନଟ ହୋଇଥିବାବେଳେ ୧୦୩୯ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୭୪,୭୦୨ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୯୫,୫୪୨ ହୋଇଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ରାଜ୍ୟରେ ୩୨୩୫ ନୂଆ କରୋନା ମାମଲା ଚିହ୍ନଟ, ଅକ୍ଟୋବର ୨ ସୁଦ୍ଧା ୫୦,୦୦୦ ଏକ୍ଟିଭ୍ ମାମଲା ହେବା ସମ୍ଭାବନା !