(୨୫/୯) ଆଜି ରାଜ୍ୟରେ ୪୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨ ଲକ୍ଷ ୧୦୯୬ ରେ ପହଂଚିଛି । ତେବେ ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୭୨୫, କଟକର ୪୬୫, ଯାଜପୁରର ୨୩୭, ପୁରୀର ୧୯୯, ଅନୁଗୁଳର ୧୯୪, ଜଗତସିଂହପୁରର ୧୮୧, ନୂଆପଡ଼ାର ୧୭୫, ମୟୁରଭଞ୍ଜର ୧୫୪, ନବରଙ୍ଗପୁର ଓ ସମ୍ବଲପୁରର ୧୩୧ ଲେଖାଏଁ, ବାଲେଶ୍ୱରର ୧୧୮, କଳାହାଣ୍ଡିର ୧୧୬, ବରଗଡ଼ର ୧୧୪, କେନ୍ଦ୍ରାପଡ଼ାର ୧୧୦, କନ୍ଧମାଳର ୧୦୨ ଜଣ ହୋଇଥିବାବେଳେ ତା ତଳକୁ ଭଦ୍ରକର ୪୮, ବଲାଙ୍ଗୀରର ୭୬, ବୌଦ୍ଧର ୨୯, ଦେବଗଡ଼ର ୨୦, ଢେଙ୍କାନାଳର ୬୮, ଗଜପତିର ୧୩, ଗଞ୍ଜାମର ୬୩, ଝାରସୁଗୁଡ଼ାର ୮୧, କେନ୍ଦୁଝରର ୮୨, କୋରାପୁଟର ୭୨, ରାୟଗଡ଼ା ଓମାଲକାନଗିରିର ୬୧, ନୟାଗଡ଼ର ୫୨, ସୋନପୁରର ୨୬ ଓ ସୁନ୍ଦରରଗଡ଼ର ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଏ ଭିତରୁ ଏବେ ମଧ୍ୟ ୩୯,୨୩୨ ଜଣ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ତେବେ ଆଜି ଦେଶରେ ୧୧୪୧ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୯୨,୨୯୦ ରେ ପହଂଚିଛି । ହେଲେ ଆମେରିକାରେ ମୋଟ ମୃତ୍ୟୁ ସଂଖ୍ୟା ୨,୦୭,୫୩୮ ହୋଇଥିବା ଜଣାପଡ଼ିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷକୁ ଟପିଲା ଓ ଆମେରିକାରେ ମୃତ୍ୟୁ ସଂଖ୍ୟା ୨,୦୭,୫୩୮ ହେଲା !
