୨୫ ଲକ୍ଷ ଟଙ୍କାର ହୀରା ଚୋରା ଚାଲାଣ କରୁଥିବାବେଳେ ଓଡ଼ିଆ ବ୍ୟକ୍ତିକୁ ଛତିଶଗଡ଼ ପୋଲିସ ଧରିଲା


(୦୭/୯) ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଜଣେ ଓଡ଼ିଆ ବ୍ୟକ୍ତି ହୀରା ଚୋରା ଚାଲାଣ କରୁଥିବାବେଳେ ପୋଲିସ୍ ତାକୁ ଗିରଫ କରିଥିବା ସୁଚନା ମିଳିଛି । ଗିରଫ ବ୍ୟକ୍ତି ଜଣକ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି । ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୭୧ ଖଣ୍ଡ ହୀରା ତାଠାରୁ ଜବତ କରାଯାଇଛି । ସୂଚନାନୁଯାୟୀ, ସିନାପାଲି ଥାନା ଅଂଚଳର ନୂତନ ପଟେଲ ଏକ ମୋଟରସାଇକେଲରେ ଛତିଶଗଡ଼ର ପୋଇଲିଖଣ୍ଡରୁ ହୀରା ନେଇ ଫେରୁଥିଲେ । କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ତାକୁ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦେଭୋଗ ଥାନା ଅଂଚଳର କଇତାପଦର ନିକଟରେ ଧରି ତାଠୁ ହୀରାଖଣ୍ଡ ଗୁଡ଼ିକ ଜବତ କରିବା ସହ ତାକୁ ଗିରଫ କରିଥିବା ଗରିଆବନ୍ଧ ଏସ୍‌ପି ସୁଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଜଣକ ରାୟପୁରଠାରୁ ୨୦୦ କିଲୋମିଟର ଦୂର ଗରିଆବନ୍ଧ ଜିଲ୍ଲାର ହୀରା ବହୁଳ ଅଂଚଳ ପାୟଲିଖଣ୍ଡରୁ ହୀରା ନେଇ ନୂଆପଡ଼ା ଆଡ଼କୁ ଯାଉଥିବା ସୂଚନା ମିଳିଥିଲା । ଜିଲ୍ଲାରେ ଗତ ପାଞ୍ଚ ମାସ ଭିତରେ ହୀରା ଚୋରା ଚାଲାଣକାରୀ ୪ ଜଣଙ୍କୁ ପୋଲିସ ଗିରଫ କରି ସେମାନଙ୍କଠୁ ୧୮୧ ଖଣ୍ଡ ହୀରା ଜବତ କରିଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୨୫ ଲକ୍ଷ ଟଙ୍କାର ହୀରା ଚୋରା ଚାଲାଣ କରୁଥିବାବେଳେ ଓଡ଼ିଆ ବ୍ୟକ୍ତିକୁ ଛତିଶଗଡ଼ ପୋଲିସ ଧରିଲା