ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବର୍ତ୍ତମାନ ଜାରି ହୋଇଥିବା ଆଉ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ଯେ, ରାଜ୍ୟ ଭିତରେ ଥିବା ୮୬ ହଜାର ଶ୍ରମିକ ଭିତରୁ ୧୬ ହଜାର ଶ୍ରମିକଙ୍କୁ ୧୬୧୦ ଟି କ୍ୟାମ୍ପରେ ରଖାଯାଇଛି । ୨୧ ତାରିଖ ଦିନ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ଯେ, କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ତଥା କୃଷି କ୍ଷେତ୍ରରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ଦିଆ ଯାଇଥିଲା ଆଉ ଶ୍ରମିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଶ୍ରମିକମାନଙ୍କୁ ରାଜ୍ୟ ଭିତରେ ଥିବା ବିଭିନ୍ନ କ୍ୟାମ୍ପରୁ କାର୍ଯ୍ୟକ୍ଷେତ୍ରକୁ ବସରେ ନେବାଆଣିବା କରିବାକୁ ବର୍ତ୍ତମାନ କାରଖାନା ମାଲିକ ଓ ଏଜେନସି ଓ ଠିକାଦାରଙ୍କୁ ଅନୁମତି ଦେଇଛନ୍ତି । ହେଲେ ଶ୍ରମିକମାନଙ୍କୁ ନେବା ସମୟରେ ସାମାଜିକ ଦୁରତ୍ୱ ଓ ସେମାନଙ୍କର ନିରାପତ୍ତାକୁ ଧ୍ୟାନ ଦେବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଯେଉଁ ଶ୍ରମିକମାନେ ଏଯାଏଁ ୧୪ ଦିନର ସଙ୍ଗରୋଧରେ ରହି ସାରିଛନ୍ତି, ସେମାନଙ୍କୁ ତାଙ୍କ ଅଞ୍ଚଳର ସରପଞ୍ଚକିମ୍ବା କୌଣସି ଅଧିôକାରୀ ସେମାନଙ୍କୁ ପୁନର୍ବାର ସଙ୍ଗରୋଧରେ ରହିବାକୁ ଆଉ ବାଧ୍ୟ କରିପାରିବେ ନାହିଁ । ସେମାନଙ୍କର ଯିବାଆସିବା ଖର୍ଚ୍ଚ ସଂପୃକ୍ତ ଠିକାଦାର ବା ମାଲିକ ବହନ କରିବେ । କିନ୍ତୁ ଯେଉଁମାନେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ, ସେମାନଙ୍କ ନିମନ୍ତେ ସ୍ଥାନୀୟ ବିଡିଓ ସେ ବିଷୟରେ ଜଣାଇଲେ ଜିଲ୍ଲାପାଳମାନେ ସେମାନଙ୍କୁ ଆଣିବା ପାଇଁ ବସ୍ ବ୍ୟବହାର କରିପାରିବେ ଯାହାକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ କରାଯିବ । ଏସବୁ କାର୍ଯ୍ୟ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାର ଅନୁମତି ଦେଲେ, ଏବେ ଶ୍ରମିକମାନଙ୍କୁ ବସ ଯୋଗେ ନିଆଯାଇ ପାରିବ
