ରାଜ୍ୟରେ ଥିବା କରୋନା ଡାକ୍ତରଖାନାରେ ‘ହେଲ୍ପ ଡେସ୍କ’ ଖୋଲି ସମ୍ପର୍କୀୟଙ୍କୁ ନିୟମିତ ସୂଚନା ଦେବାକୁ ସରକାରଙ୍କ ଆଦେଶ ।


(୨୩/୯) କରୋନା ପରିଚାଳନାରେ ସରକାରଙ୍କ ବିଫଳତାର ଚାରିଆଡ଼ୁ ସମାଲୋଚନା ହେବା ପରେ ରାଜ୍ୟ ସରକାର ଗତକାଲି ଉଭୟ ସରକାରୀ ଓ ବେସରକାରୀ କରୋନା ଡାକ୍ତରଖାନାରେ ‘ହେଲ୍ପ ଡେସ୍କ’ ଖୋଲି ତାଙ୍କ ସମ୍ପର୍କୀୟଙ୍କୁ ନିୟମିତ ସୂଚନା ପ୍ରଦାନ କରିବାକୁ ସରକାର ଆଦେଶ ଦେଇଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସମ୍ପର୍କୀୟ ନିଜ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ କିଛି ବି ସୂଚନା ପାଇ ପାରୁ ନଥିବା ସମାଲୋଚନା ହେବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନାନୁଯାୟୀ, ଉକ୍ତ ହେଲ୍ପ ଡେସ୍କରେ ଏକ ଟେଲିଫୋନ୍ ନମ୍ବର ରହିବ, ଯାହାକି ମାଗଣା ହେବା ଆବଶ୍ୟକ ଓ ରୋଗୀର ସମ୍ପର୍କୀୟମାନେ ଏହି ନମ୍ବରରେ ୨୪ ଘଣ୍ଟା ଯୋଗାଯୋଗ କରି ସେମାନେ ସୂଚନା ପାଇପାରିବେ । ଏପରିକି ଡାକ୍ତରଖାନା ବାହାରେ ଏକ ବୈଠକଖାନା କରି ସେଠାରେ ଟିଭି ଓ କ୍ୟାମେରାର ବ୍ୟବସ୍ଥା କରିବେ ଯାହାକି ସିସିଟିଭି ସହ ସଂଯୋଗ ରହିବ, ଫଳରେ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସେବିକସେବିକାମାନେ ରୋଗୀମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଥିବା କରୋନା ଡାକ୍ତରଖାନାରେ ‘ହେଲ୍ପ ଡେସ୍କ’ ଖୋଲି ସମ୍ପର୍କୀୟଙ୍କୁ ନିୟମିତ ସୂଚନା ଦେବାକୁ ସରକାରଙ୍କ ଆଦେଶ ।