ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ କୁ ଟପିଲା । ଏଥର ସୁବର୍ଣ୍ଣପୁର ବି ସାମିଲ ହେଲା ।

ଆଜି ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଂଚିି ଯାଇଛି । ଏହି ୭୯ ଜଣଙ୍କ ଭିତରେ କଟକର ୧୬ ଜଣ, ବଲଙ୍ଗୀରର ୧୪ ଜଣ, କେଉଁଝରର ୮ ଜଣ, କନ୍ଧମାଳର ୭ ଜଣ, କେନ୍ଦ୍ରାପଡ଼ାର ୬ ଜଣ, ଗଞ୍ଜାମର ୫ ଜଣ, ପୁରୀ-ଖୋର୍ଦ୍ଧା-ବାଲେଶ୍ୱରର ୪ ଜଣ ଲେଖାଏଁ, ନୟାଗଡ଼ ଓ ଢେଙ୍କାନାଳର ୩ ଜଣ ଲେଖାଏଁ, ଯାଜପୁରର ୨ ଜଣ ଓ ଅନୁଗୁଳ-ଝାରସୁଗୁଡ଼ା-ସୋନପୁରର ଜଣେ ଲେଖାଏଁ ଏଥିରେ ଅର୍ନ୍ତଭୁକ୍ତ ଅଛନ୍ତି । ଗତକାଲିଯାଏଁ ରାଜ୍ୟର ଦୁଇଜିଲ୍ଲାକୁ କରୋନା ଛୁଇଁ ନଥିଲା, ହେଲେ ଆଜିର ରିପୋର୍ଟରେ ସେ ଭିତରୁ ସୁବର୍ଣ୍ଣପୁର ଜି୍‌ଲ୍ଲା ଆକ୍ରାନ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଇଛି । କେବଳ ରାୟଗଡ଼ା ଜିଲ୍ଲାକୁ ଏଯାଏଁ କରୋନା ଛୁଇଁ ପାରି ନଥିବା ସୂଚନା ମିଳିଛି । ସେହିପରି ଦେଶରେ ୧ ଲକ୍ଷ ୪୫ ହଜାର ୩୫୪ ଜଣ ଆକ୍ରାନ୍ତ ଏ୍‌ଯାଏଁ ଚିହ୍ନଟ ହୋଇଥିବାବେଳେ ୬୦ ହଜାର ୭୨୨ ଜଣ ଭଲ ହେଲେଣି ଓ ୪୧୭୧ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସେହିପରି ଆମେରିକାରେ ୧୭ ଲକ୍ଷ ୬୨୨୬ ଜଣ ଆକ୍ରାନ୍ତଙ୍କ ଭିତରୁ ୯୯ ହଜାର ୮୦୫ ଜଣ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ଯେଉଁ ସମୟରେ ରାଜ୍ୟରେ ପ୍ରାୟ କରୋନା ଆକ୍ରାନ୍ତ କମ ଥିଲେ, ସେହି ସମୟରେ ରାଜ୍ୟରେ ଲକ ଡାଉନ ଥିଲା ହେଲେ ଯେଉଁ ସମୟରେ ପ୍ରତ୍ୟହ ପ୍ରାୟ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେହି ସମୟରେ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ନ କରି ଗାଡ଼ିମଟର ଚାଲିବାକୁ ଅନୁମତି ଦେଉଛନ୍ତି । ସରକାରଙ୍କ ଏହି ବିଚାରଧାରାକୁ ସାଧାରଣରେ ଲୋକେ ବିରୋଧ କରୁଥିବା ଦେଖା ଯାଉଥିଲେ ବି ସରକାରଙ୍କ ଉଦ୍ଦେଶ୍ୟ କଣ ଯେ, ସେସବୁକୁ ସେ କର୍ଣ୍ଣପାତ ବି କରୁନାହାନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରୋନାର ବହୁଳ ପ୍ରସାର ନିମନ୍ତେ କାର୍ଯ୍ୟ କରୁ ନାହାନ୍ତି ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ କୁ ଟପିଲା । ଏଥର ସୁବର୍ଣ୍ଣପୁର ବି ସାମିଲ ହେଲା ।